ଜେସିଆଇର ନୂଆ କର୍ମକର୍ତ୍ତା

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ସହର ଜେସିଆଇର ନୂଆ କର୍ମକର୍ତ୍ତା ମନୋନୟନ କରାଯାଇଛି । ଏଥିପାଇଁ ନିକଟସ୍ଥ ବାନ୍ଦୁପଲା ଗାଁରେ ଏକ ସଭା ଆୟୋଜନ କରି କର୍ମକର୍ତ୍ତା ଚୟନ ସହ ଶପଥପାଠ କରାଯାଇଛି । ଉତ୍ସବକୁ ପୂର୍ବ ଜେସିଆଇ ସଭାପତି ମନୀଷ ଗୁପ୍ତା ପରିଚାଳନା କରିଥିଲେ । ମହେଶ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏସ୍‌ଡିପିଓ ଅଙ୍କିତା କୁମ୍ଭାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜୋନ ସଭାପତି ଆକାଶ ସସୁନ୍ଦରନୀ, ନିଲମ ସରାଫ ମଧ୍ୟ ଯୋଗ ଦେଇଥିଲେ । ଆଗûମୀ ଏକ ବର୍ଷ ପାଇଁ ସଭାପତି ଭାବେ ଅତୁଳ ଜୈନ, ସମ୍ପାଦକ ତୈଲୋକନାଥ ଜୈନ, କୋଷାଧ୍ୟକ୍ଷ ମହେଶ ଅଗ୍ରୱାଲ, ଉପସଭାପତି ଶୈଳେଶ ଗୋୟଲ, ଉମାଶଙ୍କର ଶର୍ମା, ସୁରେନ୍ଦ୍ର ଅଗ୍ରୱାଲ ନୀଲେଶ ଜୈନ, ସହସମ୍ପାଦକ ଭାବେ ଡ. ନରେନ୍ଦ୍ର ଅଗ୍ରୱାଲ ମନୋନୀତ ହୋଇଥିଲେ । ଦୀପକ ଜୈନ, ସତୀଶ ଅଗ୍ରୱାଲ, ମନୋଜ ଚୌଧୁରୀ ନିର୍ଦ୍ଦେଶକ ରହିଛନ୍ତି ।

Leave A Reply

Your email address will not be published.