
ଟିଟିଲାଗଡ, (କେପିନ୍ଏସ୍) : ଟିଟିଲାଗଡ ସହରର ସ୍ୱାଧୀନପଡା ସାର୍ବଜନୀନ ଦୂର୍ଗାପୂଜା କମିଟିର ଚଳିତ ବର୍ଷ ଦୂର୍ଗାପୂଜା ପାଇଁ କର୍ମକର୍ତ୍ତା ନିର୍ବାଚନ ସହିତ ପ୍ରସ୍ତୁତି ବୈଠକ ଅଶୋକ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଦୂର୍ଗାପୂଜା ପାଇଁ ଗୋପାଲୁ ବେହେରା ସଭାପତି, ଭୂବନେଶ୍ୱର ସାହୁ ଉପସଭାପତି, ସୂରଜ କୁମାର ବେହେରା ସମ୍ପାଦକ, କାହ୍ନା ଘିଭେଲା ସହସମ୍ପାଦକ, ସତ୍ୟନାରାୟଣ ଗୁପ୍ତା କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ ରମେଶ ବେହେରା, ରାଜେଶ ବେହେରା, ସତ୍ୟବ୍ରତ ପଣ୍ଡା, ରାମନାଥ ସେଠ, ବୁଲବୁଲ ମେହେର, ମନୋଜ ବେହେରା, ତିଲକରାମ ସାହୁ, ଆଶିଷ ବେହେରା, ରିଙ୍କୁ ସେଠ, ସଞ୍ଜୟ ବର୍ମା, ରଣଜିତ ପୃଷ୍ଟି, ଶିବଦତ୍ତ ବେହେରା, ବିନୋଦ ମରୋଦିଆ, ଚନ୍ଦ୍ରଶେଖର ନାୟକ, ଡା. ବିଜୟାନନ୍ଦ ବେହେରା, ସୁଧିର ମିଶ୍ର, ଭୋଲା ବେହେରା ପ୍ରମୁଖ ଉପଦେଷ୍ଟା କମିଟି ସଭ୍ୟ ଭାବେ ମନୋନୀତ ହୋଇଛନ୍ତି । ଚଳିତ ବର୍ଷ ଏହି କମିଟିର ଦୂର୍ଗା ପୂଜା ହୀରକ ଜୟନ୍ତୀ ପାଳନ କରିବ ଏଣୁ ସରକାର ଯଦି କଟକଣା ନ ଲଗାନ୍ତି ତେବେ ଯାକଜମକରେ ଏଥର ପୂଜା ଓ ସାଜସଜ୍ଜା କରାଯିବ ବୋଲି କର୍ମକର୍ତ୍ତା ମାନେ କହିଛନ୍ତି । ଏଥର କର୍ତ୍ତା ଭାବରେ ହିମରଞ୍ଜନ ମିଶ୍ର ଏବଂ ପୂଜକ ଭାବରେ ପଣ୍ଡିତ ମାନଓ ପାଣି କାର୍ଯ୍ୟ ତୁଲାଇବେ ବୋଲି ପ୍ରସ୍ତାବ ଗୃହୀତ କରାଗଲା । ବୈଠକକୁ ସଫଳ କରିବାରେ ଜିତୁ ପାତ୍ର, ପ୍ରକାଶ ସାହୁ, ମୁନା ଘିଭେଲା, ସଦା ସୁନାନୀ, ସନ୍ତୋଷ ସୁନାନୀ ପ୍ରମୁଖ ସହଯୋଗ କରିଥିଲେ ।