ଟିଟିଲାଗଡ ଥାନା ସମ୍ମିଳନୀ କକ୍ଷରେ ଘଣ୍ଟାଶୁଣି ମନ୍ଦିର ପୂଜକ, ସମସ୍ତ ଦୁର୍ଗାପୂଜା କମିଟି କର୍ମକର୍ତ୍ତାଙ୍କୁ ନେଇ ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗୁରୁବାର ସଂଧ୍ୟାରେ ଟିଟିଲାଗଡ ଥାନାଧିକାରୀ ମନୋଜ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଟିଟିଲାଗଡର ମା’ ଘଣ୍ଟାଶୁଣି ମନ୍ଦିରର ପୂଜକ, ନବମୀ ଯାତ୍ରା ପୂଜା କମିଟି, ସମସ୍ତ ଦୁର୍ଗା ପୂଜା କମିଟିର ସଭାପତି ସଂପାଦକ , ରାବଣ ପୋଡି କମିଟିର ସଦସ୍ୟମାନଙ୍କୁ ନେଇ କିଭଳି ସୁରୁଖୁରୁରେ ଦୁର୍ଗାପୂଜା ଠାରୁ ନେଇ ବିସର୍ଜନ ଯାଏଁ ଶାନ୍ତି ଶୃଂଖଳାର ସହିତ ସମ୍ପନ୍ନ ହେବ ସେ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମସ୍ତ କମିଟି ସଦସ୍ୟଙ୍କୁ ନିଜ ନିଜର ପୂଜା ମଣ୍ଡପ ଠାରେ ଶୃଙ୍ଖଳିତ ଦର୍ଶନ କରାଇବାର ବ୍ୟବସ୍ଥା ସହ କିଛି ବିଶୃଙ୍ଖଳା ହେଲେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେବାପାଇଁ କୁହାଯାଇଛି । ନବମୀ ଯାତ୍ରା ଦିନ ଭିଡ ନିୟନ୍ତ୍ରଣ ଠାରୁ ଆରମ୍ଭ କରି ନବମୀ ଯାତ୍ରା ସମ୍ପନ୍ନ ପାଇଁ ମନ୍ଦିର କମିଟି ସହ ପୋଲିସ ସମ୍ପୂର୍ଣ୍ଣ ମାତ୍ରାରେ ଉପସ୍ଥିତ ରହିବ । ତା ସହିତ ପୋଲିସ ପକ୍ଷରୁ ପୋଲିସ ସମସ୍ତ ପେଣ୍ଡାଲ ଠାରେ ନିୟୋଜିତ ହେବା ସହ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯିବ ବୋଲି କୁହାଯାଇଛି । ଉପସ୍ଥିତ ବିଭିନ୍ନ କମିଟିର ସଦସ୍ୟ ମାନେ ନିଜ ନିଜର ମତାମତ ଦେଇଥିଲେ । ପୂଜା ସାଙ୍ଗକୁ ବିସର୍ଜନ ମଧ୍ୟ କିଭଳି ଶାନ୍ତି ଶୃଙ୍ଖଳାର ସହିତ ହେବ ବୋଲି କମିଟି ମାନଙ୍କୁ କୁହାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୋଲିସ ଏଏସଆଇଏଚ ଖାଲକୋ ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.