
ବଲାଙ୍ଗିର, (କେପିଏନ୍ଏସ୍) : ଓଡିଶା ରାଜ୍ୟ ଉଜ୍ୱଳା କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଜି ଏଲ୍ପିଜି ବୋଟଲିଂଗ ପ୍ଲାଣ୍ଟ ସମ୍ମୁଖରେ ଦାବୀ ପୁରଣ ପାଇଁ ଧାରଣାରେ ବସିଛନ୍ତି ଓଡିଶା ରାଜ୍ୟ ଉଜ୍ୱଳା କର୍ମଚାରୀ ସଂଘ । ସଂଘ ପକ୍ଷରୁ କୁହାଯାଇଛି ଯେ, କର୍ମଚାରୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ବାରମ୍ବାର ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ । ତେଣୁ ସଂଘର ନିଷ୍ପତ୍ତି ଅନୁଯାଇ ଆଜି ତାଙ୍କ ଦାବୀ ପୁରଣ ନହେବା ପର୍ୟ୍ୟନ୍ତ ସେମାନେ ପ୍ଲାଣ୍ଟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିବେ । ତାଙ୍କ ଦାବୀ ପତ୍ରରେ ଉଲ୍ଲେଖ ଥିବା ଦାବୀ ଗୁଡିକ ମଧ୍ୟରେ ଉଜ୍ୱଳା ଦିଦିଙ୍କୁ କାମ ଯୋଗାଇ ଦେବା ସହ ଉପଯୁକ୍ତ ପାରିଶ୍ରମିକ ପ୍ରଦାନ କରାଯାଉ । ପ୍ରତି ପଞ୍ଚାୟତ/ମ୍ୟୁନିସିପାଲିଟି ୱାର୍ଡରେ ଉଜ୍ୱଳା ଦିଦିଙ୍କ ଦ୍ୱାରା ସମସ୍ତ କମ୍ପାନିର ଉପଭୋକ୍ତାଙ୍କ ମେଣ୍ଡୋଟୋରୀ ଇନ୍ସ୍ପେକ୍ସନ୍ କରାଯାଉ । ପ୍ରତି ପଞ୍ଚାୟତ/ ମ୍ୟୁନିସିପାଲିଟି ୱାର୍ଡରେ ଉଜ୍ୱଳା ଦିଦିଙ୍କ ଦ୍ୱାରା ଏଲ୍ପିଜି ଡିଷ୍ଟ୍ରିବ୍ୟୁସନ୍ ପଏଣ୍ଟ ଖୋଲାଯାଉ । ସ୍ୱତନ୍ତ୍ର ଭାବେ ଉଜ୍ୱଳା ଆପ୍ ତିଆରି କରି ଉଜ୍ୱଳା ଦିଦିମାନଙ୍କ ପାଇଁ ଏଲ୍ପିଜି ବୁକିଂଗ, ରିପେୟାର୍, ନିଉ କନେକ୍ସନ୍ ଇତ୍ୟାଦିର ବ୍ୟବସ୍ଥା କରାଯାଉ । ସରକାରଙ୍କ ଅନ୍ୟାନ୍ୟ ଯୋଜନାରେ ଉଜ୍ୱଳା ଦିଦିମାନଙ୍କୁ ସାମିଲ କରାଯାଉ । ଉଜ୍ୱଳା ଦିଦିମାନଙ୍କ ସାମାଜିକ ସୁରକ୍ଷା ନିଶ୍ଚିତ କରାଯାଉ । ଉଜ୍ୱଳା ଦିଦିମାନଙ୍କ ୟୁନିଫର୍ମ ବ୍ୟବସ୍ଥା କରାଯାଉ ।