ଦେଓଗାଁ, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅଧୀନସ୍ଥ ଉପରଝର କ୍ଲଷ୍ଟରର କ୍ଲଷ୍ଟରସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଆଞ୍ଚଳିକ ସାଧନ କେନ୍ଦ୍ର ଉପରଝର ଠାରେ ଅନୁଷ୍ଠିତ ହୋଇଯାଇଛି । ଉପରଝର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲମ୍ବୋଦର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଏବିଇଓ ଅଜିତ କୁମାର ମିଶ୍ର ଯୋଗ ଦେଇ କର୍ମଶାଳାକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସିଆର୍ସିସି ବିରେନ୍ଦ୍ର ପ୍ରଧାନ ଓ ନିର୍ମଳା ସାହୁ ଏବଂ ବରିଷ୍ଠ ପ୍ରଧାନଶିକ୍ଷକ ମାର୍କଣ୍ଡ ପ୍ରଧାନ ଯୋଗଦେଇଥିଲେ । ସ୍ଥାନୀୟ ସିଆର୍ସିସି ଜ୍ୟୋତି ପ୍ରକାଶ ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କର୍ମଶାଳାଟି ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବା ପାଇଁ ସ୍ଥିର କରାଯାଇଥିଲା । ଶେଷରେ ସିଆର୍ସିସି ଶ୍ରୀ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।