oom

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

jsmm
  • ୫ ଦଫା ଦାବୀ, ୭ ଦିନ ମହଲତ ମାଗିଲେ ଉପଜିଲ୍ଲାପାଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାର ଧାନମଣ୍ଡିମାନଙ୍କରେ ଲାଗି ରହିଥିବା ଅବ୍ୟବସ୍ଥା, କଟନୀ ଛାଟନୀ ନାମରେ ଚାଷୀଙ୍କୁ ଶୋଷଣ ତଥା ଅନୈତିକ କାମରେ ଲିପ୍ତ ଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ବଦଳି ଦାବୀ କରି ଆଜି ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ କାର୍ଯ୍ୟାଳୟ ଘେରାଉ କରାଯାଇଛି । ମିଲ୍‌ ମାଲିକ ଓ ମଣ୍ଡି କର୍ମଚାରୀଙ୍କ ପ୍ରିୟା ପ୍ରୀତିରୁ ଚାଷୀମାନଙ୍କୁ ମୁକୁଳାଇବା ପାଇଁ ବିଜେପି ପକ୍ଷରୁ ୫ ଦଫା ସମ୍ମିଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ତେବେ ବଲାଙ୍ଗିର ଉପଜିଲ୍ଲାପାଳ ଦାବୀପତ୍ର ଗ୍ରହଣ କରିବା ସହ ଦାବୀ ଶୀଘ୍ର ପୂରଣ କରିବା ସହିତ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ବଦଳି ପାଇଁ ସାତ ଦିନ ସମୟ ମାଗିଥିବା ସୂଚନା ରହିଛି ।

ବିଜେପି ପକ୍ଷରୁ ପ୍ରଦତ୍ତ ଦାବୀପତ୍ରରେ ସମସ୍ତ ମଣ୍ଡିରେ ଏଫଏକ୍ୟୁ ଅଳରେ କରାଯାଉଥିବା କଟନୀ ଛଟନୀକୁ ତୁରନ୍ତ ବନ୍ଦ କରାଯିବା, ବସ୍ତା, ସୁତୁଲି ତଥା ଡମ୍ଫର ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯିବା, ମଣ୍ଡିମାନଙ୍କରେ ଆନୁସାଙ୍ଗିକ ସୁବିଧା ସୁଯୋଗ ତିଆରି କରାଯିବା, ଚାଷୀଙ୍କୁ ଶୋଷିତ ହେବାକୁ ସୁଯୋଗ ସୃଷ୍ଟି କରାଯାଉଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯିବା, ଅନୈତିକ କାମରେ ଲିପ୍ତ ରହି ଚାଷୀଙ୍କ ସ୍ୱାର୍ଥରେ ବାଧା ସୃଷ୍ଟି କରୁଥିବା ମିଲ୍‌ ମାଲିକଙ୍କୁ ଧାନ ସଂଗ୍ରହ କାର୍ଯ୍ୟରୁ ବାଦ ଦିଆ ଯିବା ପାଇଁ ଦୃଢ଼ ଦାବୀ କରାଯାଇଛି । ଏହି ଦାବୀ ଗୁଡିକ ତୁରନ୍ତ ପୂରଣ ନକଲେ ଭାରତୀୟ ଜନତା ପାର୍ଟି ତରଫରୁ ଆହୁରି ଦୁର୍ବାର ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବ ବୋଲି ବିଜେପି ଚେତାବନୀ ଦେଇଛି ।

ବଲାଙ୍ଗିର ଭାଜପା ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି ଆନ୍ଦୋଳନରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ପ୍ରଭାସ ପାଣିଗ୍ରାହୀ, ପଙ୍କଜିନୀ ପଣ୍ଡା, ଦିନେଶ ଶର୍ମା, ଲଖଣ ବାଗ, ମାଧବ ସାଏ, ମୁକେଶ ଜୈନ, ଶିବଦତ୍ତ ମିଶ୍ର, ରାକେଶ ମିଶ୍ର, ଅମିତ ସିଂନୀନ, ରାଜକିଶୋର ନାୟକ, ଦୀନବନ୍ଧୁ ବେହେରା, ଅକ୍ଷୟ ରଣା, ଅନିଲ ନାୟକ, ପିତାମ୍ବର ଖମାରୀ, ପ୍ରଶାନ୍ତ ଦଶ, ବନଶ୍ରୀ ଆଚାର୍ଯ୍ୟ, ରଞ୍ଜିତା ପାଣିଗ୍ରାହୀ, ରଶ୍ମିରେଖା ଦାନୀ, ଅନିତା ମିଶ୍ର, ସସ୍ମିତା ବେହେରା, ସୌଦାମିନୀ ମିଶ୍ର, ନରସିଂହ ସିଂହ, ରମା ପ୍ରଧାନ, ଅନିଲ ପାଣିଗ୍ରାହୀ, ବଡ଼ବାବୁ ସେଲମା, ପ୍ରବୀନ ଅଗ୍ରୱାଲ, ଅଜୟ ଶର୍ମା, ଟଙ୍କଧର ପ୍ରଧାନ, ଲଳିତ ଶର୍ମାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.