ଚାକିରି ଆଶାୟୀ ଯୁବକ ଯୁବତୀଙ୍କ ସହ ସାଂଘାତିକ ଖେଳ : ବିନା ଅଧିକାରୀରେ ଉପନିୟୋଜନ କାର୍ଯ୍ୟାଳୟ

ପାଟଣାଗଡ଼, (ଗୋରେଖନାଥ ବରିହା) : ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ସମାଜର ପ୍ରତିଟି କ୍ଷେତ୍ରକୁ ପ୍ରଭାବିତ କରିଥିବା ବେଳେ ବିଶେଷ କରି ବହୁ ଯୁବକ ଯୁବତୀ ଚାକିରି ହରାଇଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର ପୁଲିସ୍ ବିଭାଗଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ର ପାଇଁ ନିଯୁକ୍ତି ସୁଯୋଗ ବାହର କରିଛନ୍ତି । ଶତାଧିକ ଆଶାୟୀ ଚାକିରି ଖଣ୍ଡିଏ ପାଇବା ପାଇଁ ଦିନରାତି ଏକ କରି ଦେଇଛନ୍ତି । ପରୀକ୍ଷା ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ ଆବଶ୍ୟକୀୟ କାଗଜପତ୍ର ଯୋଗାଡ଼ କରିବାରେ ଲାଗିପଡ଼ିଛନ୍ତି । କିନ୍ତୁ ସରକାରୀ ଅବହେଳା ଯୋଗୁଁ ପାଟଣାଗଡ଼ ଉପଖଣ୍ଡର ଶତାଧିକ ଯୁବକ ଯୁବତୀ ଚାକିରି ପାଇବାରୁ ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ସୂଚନା ଅନୁସାରେ ପୁଲିସ୍ ଚାକିରି ଓ ଅନ୍ୟାନ୍ୟ ଚାକିରି ପାଇଁ ଆସନ୍ତାକାଲି ଶେଷ ଦିନ ରହିଥିବାରୁ ଆଜି ଶତାଧିକ ଆଶାୟୀ ଆଜି ପାଟଣାଗଡ଼ ଉପନିୟୋଜନ କାର୍ଯ୍ୟାଳୟ ସମ୍ମୁଖରେ ଚାକିରି ଆଶାୟୀ ଶିକ୍ଷତ ଯୁବକ ଯୁବତୀ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କିନ୍ତୁ ଉପନିୟୋଜନ କାର୍ଯ୍ୟାଳୟରେ ସାଧା କାଗଜରେ ଆଜି ୨୭/୪/୨୦୨୨ ଦିନ ବନ୍ଦ ରହିବ ଅଧିକାରୀଙ୍କ ଦେହ ଭଲ ନାହିଁ ବୋଲି ଛପାଯାଇଛି ଏବଂ କାର୍ଯ୍ୟାଳୟରେ ତାଲା ପଡ଼ିଥିବା ଦେଖି ସମସ୍‌ସ୍ତଙ୍‌ଙ୍କ ମନରେ ଅସନେ୍‌ନ୍ତାଷ ଦେଖା ଦେଇଥିଲା । ଅନ୍ୟ ପକ୍ଷେ କିଭଳି ପଞ୍ଜିକରଣ କରିବେ ବୋଲି ଚିନ୍ତାରେ ପଡ଼ିଛନ୍ତି ଶିକ୍ଷିତ ଯୁବକ ଯୁବତୀ । ସରାକରୀ ଚାକିରି ପାଇଁ ଉପନିୟୋଜନ କାର୍ଯ୍ୟାଳୟରେ ପଞ୍ଜିକରଣ ବାଧ୍ୟତା ମୂଳକ ହୋଇଛି । କିନ୍ତୁ ପାଟଣାଗଡ଼ ଉପନିୟୋଜନ କାର୍ଯ୍ୟାଳୟ ସଂପୂର୍ଣ୍ଣ ତାଲା ବନ୍ଦ ହୋଇ ରହିଛି । ପ୍ରତିଦିନ ଶହ ଶହ ଯୁବକ ଯୁବତୀ ପଞ୍ଜିକରଣ କରିବା ପାଇଁ ଖର୍ଚ୍ଚାନ୍ତ ହୋଇ ଦୂର ଦୂରାନ୍ତରୁ ଆସୁଥିବା ବେଳେ ନିରାଶ ହୋଇ ଫେରୁଛନ୍ତି । ପଞ୍ଜିକରଣ କରିପାରୁନଥିବାରୁ ସରକାର ବାହାର କରିଥିବା ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେବେ ବୋଲି ଚିନ୍ତାରେ ପଡି ଯାଇଛନ୍ତି ବୋଲି ମତ ପ୍ରକାଶ ପାଉଛି । ଏଥିପ୍ରତି ଉପଜିଲ୍ଲାପାଳ ଦୃଷ୍ଟି ଦେଇ ଅବହେଳା କରୁଥିବା ଅଧିକାରୀଙ୍କ ପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ଶିକ୍ଷିତ ଯୁବକ ଯୁବତୀ, ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.