oom

ଶହୀଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ସୋହେଲା ବ୍ଲକ ଘେଁସ ଶହୀଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ସ୍ଥାନୀୟ ମିଳନ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ହଳଧର ନାଗ, ବରଗଡ ଏଡିଏମ ମିର୍ଦ୍ଧା ଟୋପ୍ପୋ ଯୋଗ ଦେଇଥିବା ବେଳେ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନର ସ୍ଥାୟୀ ସଭାପତି ବାଞ୍ଛାନିଧି ନାଏକ, ସୋହେଲା ଅତିରିକ୍ତ ତହସିଲଦାର ଅଂଶୁମାନ ଷଡ଼ଙ୍ଗୀ ଏବଂ ମେଲଛାମୁଣ୍ଡା ଥାନା ଭାରପ୍ରାପ୍ତ ଅଧିକାରୀ ବାଲୁଙ୍କେଶ୍ଵର ନାଏକ ପ୍ରମୁଖ ସମ୍ମାନିତ ଅତିଥି ଯୋଗଦେଇ ଦେବୀ ମା’ ସମଲେଇଙ୍କ ଫଟୋଚିତ୍ର ସମ୍ମୁଖରେ ଦୀପ ଧୂପ ପ୍ରଜ୍ୱଳନ କରିବା ପରେ ଘେଁସ ଜମିଦାର ଶହୀଦ ମାଧୋ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଶିଷ୍ଟ ଚାଷୀ ନେତା ମୂରଲି ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶହୀଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନର ସଂଯୋଜକ ପ୍ରଭାତ ସାହୁ, ପ୍ରେମରାଜ ସାହୁ, ଅରକ୍ଷିତ ମହାକୁଡ଼, ବଳଦେବ ମଲ୍ଲିକ, କୈଳାଶ ପ୍ରଧାନ, ପ୍ୟାରିଲାଲ ବାରିକ, ଲୋକେଶ୍ୱର ବାରିକ ପ୍ରମୁଖ ମଞ୍ଚାସୀନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ନୂଆଁଖାଇ ପରମ୍ପରାର ସାମାଜିକ ଜୀବନ ଉପରେ ପ୍ରଭାବ ଏବଂ ଏହାର ମୂଲ୍ୟବୋଧ ଉପରେ ବିସ୍ତୃତ ଭାବରେ ନିଜ ନିଜର ବକ୍ତବ୍ୟ ରଖିଥିଲେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥି ଓ ମୁଖ୍ୟ ବକ୍ତା ବୃନ୍ଦ । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କବି ପଦ୍ମଶ୍ରୀ ହଲଧର ନାଗ ଓ କ୍ରାନ୍ତିକାରୀ କବି ହରିଲାଲ ସାହୁ ପ୍ରକୃତି-ଚାଷୀ-ଚାଷ ଓ ସରକାରୀ ବ୍ୟବସ୍ଥା ଉପରେ ସ୍ୱରଚିତ ହୃଦୟସ୍ପର୍ଶୀ ବ୍ୟଙ୍ଗ କବିତା ପାଠ କରିଥିଲେ । ବିଶିଷ୍ଟ ଚାଷୀ ନେତା ରମେଶ ମହାପାତ୍ର, ଅଜିତ ଶତପଥୀ, ଅଶୋକ ସାହୁ, ଅମୃତଲାଲ ସାହୁ, ଲିଙ୍ଗରାଜ ପଧାନ, ଗୋକୁଳ ଚନ୍ଦ୍ର ଦାସ ପ୍ରମୁଖ ବକ୍ତା ଭାବରେ ଯୋଗ ଦେଇଥିଲେ । ଏହି ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଘେଁସ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଶତାଧିକ ଚାଷୀ ଯୋଗ ଦେଇଥିଲେ । ଶେଷରେ କୁଞ୍ଜବିହାରୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଶିଷ୍ଟ ଚାଷୀ ନେତା ପ୍ରଭାତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ କୃଷକମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବିଗତ ୨୦୨୧ ଖରିଫ୍ ଧାନ ଫସଲ ସିଜନର ମହାମରୁଡ଼ିରେ ଏଚ୍‌ଡିଏଫ୍‌ସି ବୀମା କମ୍ପାନୀ ଓ ଇଆର୍‌ଜିଓ ବୀମା କମ୍ପାନୀର ଚାଷୀମାନଙ୍କୁ ବୀମା ରାଶି ପ୍ରଦାନରେ କରୁଥିବା ପ୍ରତାରଣା ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବୀମା ସମସ୍ୟାର ସମାଧାନ ନେଇ ଆସନ୍ତା ୧୪ ତାରିଖରେ ବରଗଡ ଜିଲ୍ଲାପାଳ ପ୍ରକୋଷ୍ଠରେ ଜିଲ୍ଲା ପ୍ରଶାସନ, ବୀମା କମ୍ପାନୀ କର୍ମଚାରୀ ଏବଂ କୃଷକମାନଙ୍କ ମଧ୍ୟରେ ହେବାକୁ ଥିବା ତ୍ରିପାକ୍ଷିକ ବୈଠକରେ ଭାଗ ନେବା ପାଇଁ ଚାଷୀ ପ୍ରତିନିଧି ଚୟନ କରାଯାଇଥିଲା । ତ୍ରିପାକ୍ଷିକ ବୈଠକରେ ଯଦି କୌଣସି ପ୍ରକାର ନିଷ୍କର୍ସ ନ ବାହାରେ ତେବେ ତାହାର ପରବର୍ତ୍ତୀ ରଣନୀତି ନେଇ ଆଲୋଚନା ହୋଇଥିଲା ।

jittmm
Leave A Reply

Your email address will not be published.