ppurohit

୯୫ତମ ‘ପିଲାଙ୍କ ପାଖରେ ପାଠାଗାର’ କାର୍ଯ୍ୟକ୍ରମ ଆୟୋଜିତ

2nd

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଗତ ଚାରି ବର୍ଷ ତଳେ ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର ଦ୍ୱାରା ୨୦୧୮ ମସିହା ଅକ୍ଟୋବର ଦୁଇ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀରେ ଆରମ୍ଭ ହୋଇଥିବା ‘ପିଲାଙ୍କ ପାଖରେ ପାଠାଗାର’ କାର୍ଯ୍ୟକ୍ରମର ୯୫ତମ ଭାଗ ଚାରି ଛକ (ବିରମାଲ)ସ୍ଥିତ ଉଦ୍ଧବ ପବ୍ଲିକ ସ୍କୁଲ ପରିସର ମଧ୍ୟରେ ଆୟୋଜିତ ହୋଇଯାଇଛି । ଇପ୍ସରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ସାହିତ୍ୟ ଆଧାରିତ ପୁସ୍ତକ ପହଞ୍ଚାଇବା ଉଦ୍ଦେଶ୍ୟରେ ଓ ପାଠାଗାରର ମହତ୍ତ୍ୱ ବିଷୟରେ ଅବଗତ କରାଇବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଓଡ଼ିଶାର ପ୍ରତିଷ୍ଠିତ ଶିଶୁ ସାହିତ୍ୟିକମାନଙ୍କ ପୁସ୍ତକ ସହ ଶିଶୁ ପତ୍ର ପତ୍ରିକା ମାନ ପଢିବାକୁ ପିଲାମାନଙ୍କୁ ଦିଆଯାଇଥିଲା । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରୁ ସତ୍ୟବତୀ ସାହୁ, ରସ୍ମିତା ଛତ୍ରିଆ, ପୁଷ୍ପାଞ୍ଜଳି ବିଶ୍ୱାଳ, ସୁନେଲି ତାଣ୍ଡି, ବିଷୟା ବେହେରା, ଶିବାନୀ ସୁନା, ରାଧା ସ୍ୱାଇଁ ଓ ଡୋଳାମଣି ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ । ପୁସ୍ତକ ପଠନରେ ଭାଗନେଇ ଚିନ୍ମୟୀ ଭୁଏ, ବିନି ପ୍ରଧାନ ଓ ଆସ୍ଥା ବେହେରା ବିଜୟୀ ହୋଇଥିଲେ । ଏହି କାର୍ଯ୍ୟକ୍ରମର ଶହେତମ ଭାଗ ଆସନ୍ତା ଅକ୍ଟୋବର ଦୁଇ ତାରିଖ ଦିନ ଅନୁଷ୍ଠିତ ହୋଇ ଶହେ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ ବୋଲି କାର୍ଯ୍ୟକ୍ରମର ସପ୍ସଯୋଜକ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁ କହିଛନ୍ତି ।

Leave A Reply

Your email address will not be published.