oom

ବରଗଡ ବିଜେପି କାର୍ଯ୍ୟାଳୟରେ ‘ମନକି ବାତ’ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପି କାର୍ଯ୍ୟାଳୟ ବରଗଡଠାରେ ଜିଲ୍ଲା ଉପସଭାପତି ସରୋଜ କୁମାର ସାମଲଙ୍କ ସଭାପତିତ୍ୱରେ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ‘ମନକି ବାତ’ କାର୍ଯ୍ୟକ୍ରମ ବୁଥ୍‌ ସ୍ତରରେ କେମିତି ସମସ୍ତ କାର୍ଯ୍ୟକର୍ତ୍ତା ଦେଖିବେ ତାରି ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ‘ମନକି ବାତ’ କାର୍ଯ୍ୟକ୍ରମ ବରଗଡ ଜିଲ୍ଲା ପ୍ରଭାରୀ ଶ୍ରୀମତୀ ସବିତା ନନ୍ଦ ବୈଠକୁ ମାର୍ଗ ଦର୍ଶନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନତ ଗଡତିଆ, ଜିଲ୍ଲା ସାଧାରଣ ସମ୍ପାଦକ କୁଶ କୁମ୍ଭାର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବରଗଡ ତଥା ବିଜେପି ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ମୁକ୍ତା ସାହୁ, ଜିଲ୍ଲା ସମ୍ପାଦକ ଯଶୋବନ୍ତ ସେଟ, କ୍ଷୀରେଶ୍ୱରୀ ସ୍ୱାଇଁ, ମଣ୍ଡଳ ସଭାପତି ଭିମସେନ ମଲ୍ଲିକ, ଦୀପକ କୁମାର ପଧାନ, ଅଚ୍ୟୁତ୍ ବୁଦ୍ଧିଆ, ପ୍ରତାପ ପଧାନ, ବରଗଡ ସାଂସଦ ପ୍ରତିନିଧି ଅବନୀକାନ୍ତ ପଣ୍ଡା, ବରଗଡ ନଗର ସଭାପତି ସୁବ୍ରତ ହୋତା, ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ ଗଡତିଆ, ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ସଂଯୁକ୍ତା ସାହୁ, ମଦନ ସାହୁ, ଅର୍ଜୁନ ବାଗ, ପ୍ରତାପ ସାହୁ ଏବଂ ଜିଲ୍ଲାର ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.