centurian jitm

ଯଉଁରାଭଉଁରା ପଞ୍ଚାୟତ ରାଧାନଗର ଗ୍ରାମରେ ଜିଲ୍ଲା ପ୍ରଶାସନର ପ୍ରଥମ ସମ୍ପର୍କ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

nschool

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଗତକାଲି ଯଉଁରାଭଉଁରା ପଞ୍ଚାୟତର ରାଧାନଗର ଗ୍ରାମର ଧବଳେଶ୍ଵର ଶିବ ମନ୍ଦିର ନିକଟରେ ଜିଲ୍ଲା ପ୍ରଶାସନର ପ୍ରଥମ ସମ୍ପର୍କ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ସମେତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର, ଉଲୁଣ୍ଡା ବିଡିଓ ହେମସାଗର ଭୋଇ ସମେତ ଜିଲ୍ଲାର ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ, କର୍ମଚାରୀ ପ୍ରମୁଖ ଜିଲ୍ଲାର ଆଭ୍ୟନ୍ତରୀଣ ଆଦିବାସୀ ଗ୍ରାମ ରାଧାନଗରରେ ସମ୍ପର୍କର ସେତୁ କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ ନିଜ ନିଜ ବିଭାଗୀୟ କାର୍ଯ୍ୟକ୍ରମ ସହ ଜନସାଧାରଣଙ୍କ ନିମନ୍ତେ ଥିବା ସରକାରଙ୍କ ସୁବିଧା ସୁଯୋଗ, ଲୋକ ଯୋଜନା କାର୍ଯ୍ୟକ୍ରମ ଉପରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲା ପ୍ରଶାସନ ଦ୍ୱାରା ଜନସାଧାରଣ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ପ୍ରତିକାର ପାଇଁ ତ୍ୱରିତ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଜୀବନ ଜୀବିକାର ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଗ୍ରାମର ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଯୋଗ୍ୟ ହିତାଧିକାରୀ ପ୍ରତ୍ୟେକଙ୍କୁ ଜିଲ୍ଲା ପ୍ରାଣୀଧନ ବିଭାଗ ତରଫରୁ ୫୦ଟି ଓ ଓଡିଶା ଜୀବିକା ମିଶନ ତରଫରୁ ୫୦ଟି ଲେଖାଏଁ କୁକୁଡ଼ା ଚିଆଁ କିଣିବା ନିମନ୍ତେ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ତତ୍‌ ସହ ଉଲୁଣ୍ଡା ବ୍ଲକ ତରଫରୁ ଏମ୍‌ଜିଏନଆରଇଜିଏ ମାଧ୍ୟମରେ ପୌଲଟ୍ରି ସେଡ ନିର୍ମାଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯିବ । ଏହା ସହିତ ଉଦ୍ୟାନ ବିଭାଗ ତରଫରୁ ଅତିରିକ୍ତ ଉଦ୍ୟାନବିତ୍‌, ବୀରମହାରାଜପୁର ଗ୍ରାମର ଚାଷୀ ହିତାଧିକାରୀଙ୍କୁ ମାଗଣା ପିଆଜ ମଞ୍ଜି ବଣ୍ଟନ କରିଥିଲେ । ସ୍ୱାସ୍ଥ୍ୟ ଅଧିକାରୀ ସିଏଚସି ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବଣ୍ଟନ କରିଥିଲେ । ଅଂଚଳର ଜନସାଧାରଣ ଯେପରି ପ୍ରଶାସନ ତରଫରୁ ତ୍ୱରିତ ସେବା ପାଇପାରିବେ ଏବଂ ଜୀବନ ଜୀବିକାର ଉନ୍ନତି ହୋଇପାରିବ ଏବଂ ସ୍ୱଚ୍ଛ ସୁସ୍ଥ ରହିବେ ସେଥିପ୍ରତି ଗୁରୁତ୍ୱାରୋପ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ନରୱଣେ । କାର୍ଯ୍ୟକ୍ରମରେ ପଂଚାୟତର ସରପଞ୍ଚ ସୁନିତା ସିଙ୍ଗିରା, ସମିତି ସଭ୍ୟା ସୁଷମା ଭୋଇ ତଥା ଜନସାଧାରଣ ପ୍ରଭୁତି ଅଂଚଳର ବିଶେଷ ସମସ୍ୟା ଗୁଡିକୁ ଜିଲ୍ଲା ପ୍ରଶାସନ ଆଗରେ ଉପସ୍ଥାପନ କରିଥିଲେ । ଆଗକୁ ଏହିପରି କାର୍ଯ୍ୟକ୍ରମ ପ୍ରତି ମାସରେ ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ କରାଯାଇ ପ୍ରଶାସନ ଲୋକଙ୍କ ପାଖକୁ ପହଂଚି ଜନସାଧାରଣଙ୍କ ବିଶେଷ ସମସ୍ୟା ଗୁଡିକୁ ତ୍ୱରିତ ସମାଧାନ କରିବା ସହିତ ସେବା ଯୋଗାଇଦେବ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ବିଶ୍ୱ ରଞ୍ଜନ ପତି, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲାକା ରବୀନ୍ଦ୍ର, ଡି. ଏସଏସଓ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଡିଏସଡବ୍ଲୁ ଓ ଗୌରମଣୀ ହାଁସଦା, ଏଡିଏଚ ବୀରମହାରାଜପୁର, ବ୍ଲକ କୃଷି ଅଧିକାରୀ, ବ୍ଲକ ଉଦ୍ୟାନ ଅଧିକାରୀ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଆରଡବ୍ଲୁଏସଏସ ତଥା ବ୍ଲକସ୍ତରୀୟ ଅଧିକାରୀ କର୍ମଚାରୀ ପ୍ରମୁଖ ଅଂଶଗ୍ରହଣ କରଥିଲେ ।

Leave A Reply

Your email address will not be published.