ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖରିଆର ରୋଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୁତୃମୁଡ଼ା ୱାର୍ଡରେ ପୌର ପ୍ରଶାସନ ସହଯୋଗରେ ସାମୂହିକ ‘ବନ୍ଦେ ମାତରମ୍’ ଗାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏନଏସି ନିର୍ବାହୀ ଅଧିକାରୀ କମଲାସନ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ସମ୍ମାନିତ ଅତିଥି ଭାବେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଡ. ସୋନିଆ ଜୈନ ଓ କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଗୋଲଡ଼ି ଅଗ୍ରୱାଲ ଯୋଗଦେଇଥିଲେ । ସମସ୍ତ କାଉନସିଲର ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହାସହ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ଏଡ଼ାଇବା ଉଦ୍ଦେଶ୍ୟରେ ବର୍ତ୍ତନ ବ୍ୟାଙ୍କ ଉଦଘାଟନ କରାଯାଇଥିଲା । କାର୍ଯ୍ୟକ୍ରମର ଅନ୍ତର୍ଗତ ସାଂସ୍କୃତିକ ବିଚିତ୍ରା ମଧ୍ୟ ଆୟୋଜିତ ହୋଇଥିଲା । ମହମ୍ମଦ ମୋଇନ, ମୁକେଶ ଜୈନ, ମହମ୍ମଦ ସୋଏବ, ରିଙ୍କି ଗୁରୁଦତ୍ତା, ଜାହାଙ୍ଗୀର ଖାନ ପ୍ରମୁଖ କାର୍ଯ୍ୟକ୍ରମ ସଫଳ କରିବାରେ ସହଯୋଗ କରିଥିଲେ ।