ରାଉରକେଲା କଲେଜରେ ପରିଚୟାତ୍ମକ ଶିକ୍ଷା ଭ୍ରମଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏକମା, ରାଉରକେଲା ମହାବିଦ୍ୟାଳୟ, ରାଉରକେଲା ଏବଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲାର ମିଳିତ ଆନୁକୂଲ୍ୟରେ ପରିଚୟାତ୍ମକ ଶିକ୍ଷା ଭ୍ରମଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପିକା ପୁନମ ଖଣ୍ଡେଲୱାଲ ଓ ଶ୍ୱେତା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଏକମା ସରକାରୀ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ସଞ୍ଜୁକ୍ତା ନାୟକ ଯୋଗଦେଇଥିଲା ବେଳେ ଉଭୟ ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା ରଶ୍ମିରଞ୍ଜନ ରାଉତ, ଭାରତୀ ବରୁଆ, କରୁଣାକର ପାଟ୍ଟଶାଣୀ, ରଶ୍ମିପ୍ରଭା ମଥାନ, ବନ୍ଦନା ସୋରେନ, ମନୋଜ କୁଜୁର, ଦେବାନନ୍ଦ ମହାକୁଡ ପ୍ରମୁଖ ମଞ୍ଚାସୀନ ରହି ଉଭୟ ଶିକ୍ଷାନୁଷ୍ଠାନର ଛାତ୍ର-ଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ସଂସ୍ଥାଗତ ପାରସ୍ପରିକ ସହଯୋଗ ମାଧ୍ୟମରେ ଛାତ୍ର-ଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷାର ପରିବେଶ, ଶୈକ୍ଷିକ ଶୈଳୀ ଏବଂ ବିଭିନ୍ନ କ୍ୟାରିୟର ସୁଯୋଗ ସମ୍ପର୍କରେ ଅବଗତ କରାଇବା । ଏହି ଅବସରରେ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଛାତ୍ର କର୍ତ୍ତବ୍ୟ ସମ୍ପର୍କରେ, ବ୍ୟକ୍ତିତ୍ୱର ବିକାଶ, ସମାଜ ତଥା ରାଷ୍ଟ୍ରର ବିକାଶ, ଆତ୍ମନିର୍ଭରଶୀଳ, ଜାତୀୟ ନୂତନ ଶିକ୍ଷାନୀତି, ବଡ ମଣିଷ ହେବା ଅପେକ୍ଷା ଭଲ ମଣିଷ ହେବା, ଯୁବ ଗୋଷ୍ଠୀ ଆଳସ୍ୟ ପରିହାର ତଥା ପାଠାଗାର ସମ୍ପର୍କରେ ଆଲୋଚନା ଓ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଆଦିତ୍ୟ, ଶୁଭସ୍ମିତା, ଆଶିଷ, ଶୁଭାନୀ, ଦିବ୍ୟା, ଗୌରବ, ଜଗନ, କବିତା ପ୍ରମୁଖ ନୃତ୍ୟ, ସଂଗୀତ, କଳା କୌଶଳ, ସେବା ଅଭିଜ୍ଞତା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା କଲେଜର ଇପ୍ସିତା ପଣ୍ଡା, ପ୍ରତିମା ପାତ୍ର, ରଞ୍ଜିତା ପାଣିଗ୍ରାହୀ, ସୁଶାନ୍ତ କୁମାର ରଣା, ଭାନୁମତୀ ସାହୁ, ଦିବ୍ୟା ଷଡ଼ଙ୍ଗୀ, ଇଲିଜା ଲୁଗୁନ ଓ ଏକମା ବିଦ୍ୟାଳୟର ସେକୁନ୍ତା ଟେଟେ, ମନୀଷା କୁଲୁ, ସଂଗୀତା ଖାଲକୋ, ଯଦୁମଣି ମାଝୀ, ବିକାଶ ନାୟକ, ବନିତା କିଶାନ, ସୁଶାନ୍ତ ଲାକ୍ରା, ଦେବେନ୍ଦ୍ର ବେହେରା ପ୍ରମୁଖ ଅଧ୍ୟାପକ-ଅଧ୍ୟାପିକା ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଏକମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୨ ଜଣ ଛାତ୍ର-ଛାତ୍ରୀ ଓ ୧୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେଇଥିଲେ ।

Leave A Reply

Your email address will not be published.