lika

କିଶୋରୀ ମାନଙ୍କୁ ନେଇ ପ୍ରକଳ୍ପ ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

gbag

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ମିଶନ ଶକ୍ତି ଭବନରେ କିଶୋରୀ ମାନଙ୍କୁ ନେଇ ପ୍ରକଳ୍ପ ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଗଲପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗିତାଞ୍ଜଳୀ ଦାଶ ଯୋଗଦେଇ ଥିବା ବେଳେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର କୁଳଦୀପ ମହାନ୍ତି, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ମିଶ୍ର, ବାଲ୍ୟ ବିବାହ ସଂଯୋଜିକା ସନ୍ଧ୍ୟାରାଣୀ ପତି ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂପାଦନ କରିଥିଲେ । କିଶୋରୀ ମାନଙ୍କୁ ନେଇ ନୃତ୍ୟ, ଚିତ୍ରାଙ୍କନ, ପ୍ରବନ୍ଧଲିଖନ ଆଦି ପ୍ରତିଯୋଗିତା ମାନ ଅନୁଷ୍ଠିତ କରାଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଦାଶ ମାନପତ୍ର ଦେଇ ପୁରସ୍କୃତ କରିଥିଲେ । ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାନ୍ତି ନିଜ ବକ୍ତବ୍ୟରେ ନାରୀ ସବୁବେଳେ ପୂଜନୀୟା ଅଟେ ଓ ଝିଅମାନେ କଠୋର ପରିଶ୍ରମ କରି ଭଲ ପାଠ ପଢି ସବୁ କ୍ଷେତ୍ରରେ ନିଜର ପାରିଦର୍ଶିତା ଦେଖାଇ ଆଗକୁ ବଢନ୍ତୁ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ମମତା ପ୍ରୋଗ୍ରାମ ଆସିଷ୍ଟାଣ୍ଟ ସୁଶ୍ରୀ ପ୍ରଣତି ନାୟକ ପରିଚାଳନା କରିଥିବାବେଳେ ଶ୍ରୀମତୀ ପଦ୍ମିନୀ ପାତ୍ର, ପ୍ରଫୁଲ୍ଲ କୁମାରୀ ଦୋରା, ଦୁଲାରୀ ଧରୁଆ, ଅନୁପମା ନାଏକ, ବରିଷ୍ଠ ସହାୟକ ସୋମନାଥ ମିର୍ଦ୍ଧା, ବିକାଶ ନାଏକ, ନବନିତ୍ୟ ମେହେର, ପଙ୍କଜ ମାଝି, ମିଶନ ଶକ୍ତି ପ୍ରକଳ୍ପ ସଂଯୋଜକ ସୁବାଷ ଚନ୍ଦ୍ର ବିଶି, ପ୍ରମୁଖ ସହଯୋଗ କରିଥିଲେ । ଆକାଉଣ୍ଟାଣ୍ଡ ସୁଶାନ୍ତ ରାଏ ଗରିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ ସହ ସଭା ସାଙ୍ଗ କରିଥିଲେ ।

sandip
Leave A Reply

Your email address will not be published.