oom

ମ୍ୟୁଜିକ ସେଲିବ୍ରେସନର ଓଲ୍ଡ୍‌ ଇଜ୍‌ ଗୋଲ୍ଡ୍‌ କାର୍ଯ୍ୟକ୍ରମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସଂଗୀତ ଅନୁଷ୍ଠାନ ମ୍ୟୁଜିକ ସେଲିବ୍ରେସନ ତରଫରୁ ଓଲ୍ଡ୍‌ ଇଜ୍‌ ଗୋଲ୍ଡ୍‌ କାର୍ଯ୍ୟକ୍ରମ ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ହିମାଂଶୁ ମହାନ୍ତିଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ନନ୍ଦନ ମୁଖାର୍ଜୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ନିହାର ରାୟ, ଶୈଳେନ୍ଦ୍ର ମହାନ୍ତି, ଜ୍ୟୋତିପ୍ରକାଶ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ କିଶୋର କୁମାର, ମହମ୍ମଦ ରଫି, ଏସ୍ ବାଲସୁବ୍ରମନିୟମ୍, ଶୈଳେନ୍ଦ୍ର ସିଂ, ଆଶା ଭୋସଲେ, ଲତା ମଙ୍ଗେସକର, କୁମାର ସାନୁଙ୍କ ଗୀତ ଗୁଡ଼ିକୁ ସୁମଧୁର କଣ୍ଠରେ ସଜାଇଥିଲେ ଅନୁଷ୍ଠାନର ହିମାଂଶୁ ମହାନ୍ତି, ନନ୍ଦନ ମୁଖାର୍ଜୀ, ଶ୍ରୀକାନ୍ତ ଚୌଧୁରୀ, ସ୍ମୃତିଶେଖର ନାୟକ, ସତ୍ୟଞ୍ଜୟ ତ୍ରିପାଠୀ, ରମେଶ ଷଡ଼ଙ୍ଗୀ, ସମରେଶ ଦାସ, ବସନ୍ତ ତାଣ୍ଡି,ମାଲା ସମାସୀ, ବଟକୃଷ୍ଣ ସାହୁ, ମୀନତି ତ୍ରିପାଠୀ, କଳ୍ପିତା ସାହୁ, ସୁସ୍ମିତା ମୁଖାର୍ଜୀ, ବିମଳ ପଟ୍ଟନାୟକ, ମୀନା ପଟ୍ଟନାୟକ, ପ୍ରାଞ୍ଜଳୀ ନାଗ, ଜୀବନ ସମାସୀ, ଜଲି ନନ୍ଦୀ, ରାଜଶ୍ରୀ, ଶ୍ରାବଣୀ ମହାନ୍ତି ପ୍ରମୁଖ । ଏହି କାର୍ଯ୍ୟକ୍ରମରେ ସହରର ବହୁ ସଂଗୀତ ପ୍ରେମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

jittmm
Leave A Reply

Your email address will not be published.