ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ଜଗଦାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଇଣ୍ଟ୍ରାକ୍ଟ କ୍ଲବର ତୃତୀୟ ସ୍ଥାପନା ଦିବସ ପାଳନ କରାଯାଇଥିଲା । ଇଂରାଜୀ ପ୍ରତିଯୋଗିତା କରାଯାଇ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସେହିପରି ରାଉରକେଲା କ୍ଲବଠାରେ ମାସିକିଆ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅତିଥି ଭାବେ ପ୍ରାକ୍ତନ ଶିକ୍ଷାଧିକାରୀ ରଶ୍ମିବାଳା ରାଉତରାୟ ଯୋଗଦେଇ ୧୨ଜଣ ଇଂଜିନିୟର୍ସଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅନୁଷ୍ଠାନକୁ ଶ୍ରେଷ୍ଠ ରିପୋର୍ଟିଙ୍ଗ କ୍ଲବ ଓ ଶ୍ରେଷ୍ଠ କ୍ଲବ ଭଳି ବିଭିନ୍ନ ବିଭାଗରେ ୭ଟି ପୁରସ୍କାର ପ୍ରଦାନ କରାଯାଇଥିଲା । ତୃତୀୟ କାର୍ଯ୍ୟକ୍ରମରେ ଅନୁଷ୍ଠାନ ତରଫରୁ ବନ୍ଧମୁଣ୍ଡା ଏ ସ୍ଥିତ ଆର୍ଏସ୍ କଲୋନୀରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ୧୨ଯୋଡା ଟେବୁଲ ବେଞ୍ଚ ପ୍ରଦାନ କରାଯାଇଥିଲା । ଏହି ଅବସରରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଫକୀର ଚରଣ ମହାନ୍ତି, ଉପଦେଷ୍ଟା ଡଃ ଅଞ୍ଜନା ମୈତ୍ର ଓ ପ୍ରଧାନ ଶିକ୍ଷୟିତ୍ରୀ ମମତା ବାଙ୍କ୍ରା ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ସୁମଣିଷ ଭାବେ ଗଢିବାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ତଥା ପୌଢଶିକ୍ଷାର ଉପାଦେୟତା ସଂପର୍କରେ ଆଲୋଚନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଷ୍ଟିଲ ସିଟିର ସଭାପତି ରୋଟାରିଆନ ପୁତୁଲ ରାହୁଲ, ସଂପାଦକ ରୋଟାରିଆନ ଅର୍ଚ୍ଚନା ମହାନ୍ତିଙ୍କ ସମେତ ବହୁ ରୋଟାରିଆନ ସର୍ବଶ୍ରୀ ଦିଲ୍ଲୀପ ଭୁଇ, ଚନ୍ଦନ ବିଶ୍ବାସ, ପିଉ ଗୁହା, ଲଳିତା ମୁଦାଲି, ପ୍ରାକ୍ତନ ସଭାପତି ଆନାବେଲ ଡିସୌଜା, କୁଲଜିତ୍ କୌର, ସୁଚିସ୍ମିତା ବିଶ୍ବାସ, ସଂଧ୍ୟାରାଣୀ ବରାଳ,ଡଃ ସରିତା ମଲ୍ଲ, ଶିକ୍ଷୟିତ୍ରୀ ସୁପ୍ରଭା ପଟେଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Next Post