
- ଅଧିକାଂଶ ଉତ୍ପାଦ ଉପରେ ବର୍ତ୍ତମାନ ଟିକସ ଶୂନ କିମ୍ବା ମାତ୍ର ୫%
ନୂଆଦିଲ୍ଲୀ, (ପିଆଇବି) : ଭାରତର ଦୁଗ୍ଧ କ୍ଷେତ୍ରକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ, ୫୬ତମ ଜିଏସଟି ପରିଷଦ ୩ ସେପ୍ଟେମ୍ବର ୨୦୨୫ ରେ ଆୟୋଜିତ ବୈଠକରେ ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦ ଉପରେ ବ୍ୟାପକ ପରିବର୍ତ୍ତନକୁ ଐତିହାସିକ ପଦକ୍ଷେପ ସ୍ୱରୂପ ଅନୁମୋଦନ କରିଛି । ଏହି ସଂସ୍କାରଗୁଡ଼ିକ ଏହି କ୍ଷେତ୍ରରେ ଜିଏସଟି ହାରର ସବୁଠାରୁ ବ୍ୟାପକ ପରିବର୍ତ୍ତନ ମଧ୍ୟରୁ ଗୋଟିଏ । ଏହା ନିଶ୍ଚିତ କରେ ଯେ ଅଧିକାଂଶ ଦୁଗ୍ଧ ଉତ୍ପାଦ ବର୍ତ୍ତମାନ ଟିକସ ମୁକ୍ତ କିମ୍ବା ମାତ୍ର ୫% ହାରରେ ରହିବ । ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ, ୨୨ ସେପ୍ଟେମ୍ବର, ୨୦୨୫ ରୁ କାର୍ଯ୍ୟକାରୀ, ନିମ୍ନଲିଖିତ ଦୁଗ୍ଧ ସାମଗ୍ରୀଗୁଡ଼ିକ ବର୍ତ୍ତମାନ କମ୍ କିମ୍ବା ଶୂନ୍ୟ ଟିକସ ହାର ଲାଗୁ ହେବ :
୧. ଅଲ୍ଟ୍ରା ହାଇ ଟେମ୍ପରେଚର (ୟୁଏଚଟି) ଦୁଗ୍ଧ – ଜିଏସଟି ୫%ରୁ ଶୂନକୁ ହ୍ରାସ କରାଯାଇଛି
୨. ପନିର / ଛେନା (ପ୍ରି-ପ୍ୟାକେଜଡ଼ ଏବଂ ଲେବଲ୍ଡ଼) – ଜିଏସଟି ୫% ରୁ ଶୂନକୁ ହ୍ରାସ କରାଯାଇଛି ।
୩. ବଟର, ଘିଅ, ଏବଂ ଦୁଗ୍ଧ ସ୍ପ୍ରେଡ୍ – ଜିଏସଟି ୧୨% ରୁ ୫% କୁ ହ୍ରାସ କରାଯାଇଛି
୪. ଛେନା – ଜିଏସଟି ୧୨ % ରୁ ୫% କୁ ହ୍ରାସ କରାଯାଇଛି
୫. କଣ୍ଡେନ୍ସଡ ଦୁଗ୍ଧ – ଜିଏସଟି ୧୨% ରୁ ୫% କୁ ହ୍ରାସ କରାଯାଇଛି
୬. ଦୁଗ୍ଧ ଯୁକ୍ତ ପାନୀୟ – ଜିଏସଟି ୧୨% ରୁ ୫% କୁ ହ୍ରାସ କରାଯାଇଛି
୭. ଆଇସକ୍ରିମ – ଜିଏସଟି ୧୮% ରୁ ୫% କୁ ହ୍ରାସ କରାଯାଇଛି
୮. ଦୁଗ୍ଧ କ୍ୟାନ – ଜିଏସଟି ୧୨% ରୁ ୫% କୁ ହ୍ରାସ କରାଯାଇଛି
ଏହି ଗୁରୁତ୍ୱପୂର୍ଣ୍ଣ ଟିକସ ପରିବର୍ତ୍ତନ ଦୁଗ୍ଧ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ । ଦେଶର ସାମଗ୍ରିକ ସାମାଜିକ-ଆର୍ଥିକ ବିକାଶରେ ଯୋଗଦାନ ଦେଇ, ଚାଷୀ ଏବଂ ଗ୍ରାହକ ଉଭୟଙ୍କୁ ଲାଭ ପ୍ରଦାନ କରିବ ବୋଲି ଆଶା କରାଯାଉଛି । ଏହି ସଂସ୍କାର ସିଧାସଳଖ ୮ କୋଟିରୁ ଅଧିକ ଗ୍ରାମୀଣ ଚାଷୀ ପରିବାରକୁ ଲାଭ ଦେବ, ବିଶେଷକରି କ୍ଷୁଦ୍ର, ଏବଂ ଭୂମିହୀନ ଶ୍ରମିକ ଯେଉଁମାନେ ସେମାନଙ୍କ ଜୀବିକା ପାଇଁ ଦୁଗ୍ଧପାଳନରେ ନିୟୋଜିତ, ସିଧାସଳଖ ଲାଭବାନ୍ ହେବେ । ଏହାସହିତ ବହୁତ ଉପଭୋକ୍ତା ମଧ୍ୟ ଲାଭାନ୍ବିତ ହେବେ । କମ ଟିକସ କାର୍ଯ୍ୟକାରୀ ଖର୍ଚ୍ଚ ହ୍ରାସ କରିବାରେ, ଭେଜାଲ ରୋକିବାରେ ଏବଂ ଘରୋଇ ତଥା ରପ୍ତାନି ବଜାରରେ ଭାରତୀୟ ଦୁଗ୍ଧ ଉତ୍ପାଦର ଚାହିଦା ବୃଦ୍ଧି କରିବାରେ ସାହାଯ୍ୟ କରିବ । ଭାରତ ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦକ, ୨୦୨୩-୨୪ରେ ୨୩୯ ନିୟୁତ ଟନ୍ ଉତ୍ପାଦନ ସହିତ, ବିଶ୍ୱ ଦୁଗ୍ଧ ଉତ୍ପାଦନର ପ୍ରାୟ ୨୪% ଅଟେ । ଦୁଗ୍ଧ ଶିଳ୍ପ କେବଳ କୃଷି ଅର୍ଥନୀତିର ଏକ ମୂଳଦୁଆ ନୁହେଁ ବରଂ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା, ଗ୍ରାମୀଣ ଜୀବିକା ବୃଦ୍ଧି କରିବା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏକମାତ୍ର ବୃହତ୍ତମ କୃଷି ସାମଗ୍ରୀ ଭାବରେ, ଦୁଗ୍ଧଜାତ ଉତ୍ପାଦ ଅର୍ଥନୀତିରେ ୫.୫% ଅବଦାନ ରଖେ । ୨୦୨୩-୨୪ ରେ ବର୍ତ୍ତମାନର ମୂଲ୍ୟରେ ଦୁଗ୍ଧ ଉତ୍ପାଦନ ମୂଲ୍ୟ ଟ.୧୨.୨୧ଲକ୍ଷ କୋଟିରେ ପହଞ୍ଚିଛି । ୨୦୨୪ ରେ ଭାରତୀୟ ଦୁଗ୍ଧ କ୍ଷେତ୍ରର ସାମଗ୍ରିକ ବଜାର ଆକାର ଟ. ୧୮.୯୮ ଲକ୍ଷ କୋଟି ହେବ ବୋଲି ଆକଳନ କରାଯାଇଛି । ଏହି ସାମ୍ପ୍ରତିକ ଜିଏସଟି ସଂସ୍କାର ସ୍ଥାୟୀ ଜୀବିକା ସୁନିଶ୍ଚିତ କରିବା ସହିତ ଏହି କ୍ଷେତ୍ରର ଉତ୍ପାଦକତା ଏବଂ ପ୍ରତିଯୋଗିତାକୁ ଆହୁରି ବୃଦ୍ଧି କରିବାରେ ଏକ ପ୍ରମୁଖ ପ୍ରୋତ୍ସାହନ ଦେବ ।