ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ସିତୋରିଓ କରାଟେ ଆସୋସିଏସନ୍ର ନୂତନ କେନ୍ଦ୍ର ରାଉରକେଲା କ୍ଲବ ପରିସରରେ ଉଦ୍ଘାଟିତ ହୋଇଯାଇଛି । ଆସୋସିଏସନ୍ର ମୁଖ୍ୟ କୋଚ ଧର୍ମେନ୍ଦ୍ର ସିଂଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସ୍ପିର ବରିଷ୍ଠ ପ୍ରବନ୍ଧକ ତଥା ଆରଏସ୍ପି ଏକ୍ଜିକ୍ୟୁଟିଭ ଆସୋସିଏସନ୍ର ସାଧାରଣ ସଂପାଦକ ଅନିକେତ ଚନ୍ଦ୍ର, ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ, ଶେଖ ସମିମ୍, ମିତା ପ୍ରଧାନ ଓ କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ଏହି ଅବସରରେ କରାଟେ ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀମାନେ ନିଜର କଳା କୌଶଳ ପଦର୍ଶନ କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଆସୋସିଏସନ୍ର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଅନୁଷ୍ଠାନର ଉନ୍ନତି କାମନା କରିଥିଲେ । ସୂଚନାଯୋଗ୍ୟ ଯେ, ପ୍ରତ୍ୟେକ ସପ୍ତାହର ଶୁକ୍ରବାର ଓ ରବିବାର ଦିନ ସଂଧ୍ୟା ସାଢେ ୫ଟାରୁ ସାଢେ ୭ଟା ପର୍ଯ୍ୟନ୍ତ କରାଟେ ଶିକ୍ଷାଦାନ ଦିଆଯିବ । ଏହି କାର୍ଯ୍ୟକ୍ରମର ପରିଚାଳନାରେ ରକି ଖାଡିଆ, ନରେନ ପ୍ରଧାନ, ସନ୍ଦୀପ ବିଶ୍ୱାଳ, ରୋହନ ଖାଡିଆ, ସୁଶାନ୍ତ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।
Next Post