ଛାତ୍ରୀଙ୍କ ଝୁଲନ୍ତା ମୃତଦେହ : ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

ବାସୁଦେବପୁର : ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା କଲେଜ ଛାତ୍ରୀର ମୃତଦେହ । ମୃତ ଛାତ୍ରୀ ଜଣକ ବାସୁଦେବପୁର ସ୍ଥିତ ତୃପ୍ତି ମହିଳା ମହାବିଦ୍ୟାଳୟର +୨ ଦ୍ୱିତୀୟ ବର୍ଷର ଛାତ୍ରୀ ଅନୁସୟା ମଲିକ ବୋଲି ଜଣାପଡିଛି । ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଏହିଭଳି ଦୁଃଖଦ ଘଟଣା ଘଟିଯାଇଛି । ସୂଚନା ଅନୁସାରେ, ଅନୁସୟା ଦୀର୍ଘ କିଛିଦିନ ହେବ ବାସୁଦେବପୁର ସହରରେ ରହୁଥିଲେ । ସେଠାରେ ଭଉଣୀ ସହ ଅନାଦି ମହାନ୍ତିଙ୍କ ଘରେ ଭଡା ରହି ତୃପ୍ତି ମହିଳା ମହାବିଦ୍ୟାଳୟରେ ପାଠ ପଢୁଥିଲେ । ତେବେ ଶନିବାର ଘର ଭିତରୁ ଅନୁସୟାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏନେଇ ତାଙ୍କ ଭଉଣୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । ହେଲେ ଏପର୍ଯ୍ୟନ୍ତ ଛାତ୍ରୀଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.