om academy

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ସାତ ସପନ ହେଲା କରନ ବାଗଙ୍କୁ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ଓ ରାଜ୍ୟ ସରକାର ଦେଶରେ ଓ ରାଜ୍ୟରେ ପ୍ରତ୍ୟେକ ହିତାଧିକାରୀଙ୍କୁ ପକ୍କାଘର ନିର୍ମାଣ କରି ଯୋଗାଇ ଦେବାକୁ ଘୋଷଣା କରିଥିବା ବେଳେ ରାଜ୍ୟରେ କେତେକ ସ୍ଥାନରେ ପ୍ରକୃତ ହିତାଧିକାରୀ ଅଫିସର ମାନଙ୍କ ଓ ପଞ୍ଚାୟତ ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ପରିତାପର ବିଷୟ କିଏ ଆରାମରେ ପକ୍କା କୋଠା ଘରେ ରହୁଛନ୍ତି ତ କିଏ ଭଙ୍ଗା ଦଦରା ଚାଳ ପାଲ ଘରେ ଜୀବନ କଟାଉ ଥିବାର ଦେଖିବାକୁ ମିଳିଛି । ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ ଗୋଠୁଗୁଡା ଗ୍ରାମ ପଞ୍ଚାୟତର ଗୋଠୁଗୁଡା ଗ୍ରାମର କରନ ବାଗ ଜଣେ ଅତି ଗରିବ ଶ୍ରେଣୀର ବ୍ୟ‌କ୍ତି, ଯିଏ କି ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାଉଛନ୍ତି । ସେ ୨ଟି ସନ୍ତାନ ସହ ଭଙ୍ଗା ଦଦରା ପାଳ ଘରେ ଦିନ କାଟୁଛନ୍ତି । ପଞ୍ଚାୟତ ପ୍ରଶାସନର ତାଙ୍କ ପ୍ରତି ଦୃଷ୍ଟି ପଡୁନାହିଁ । ଘରଟିଏ ପାଇଁ ହାରି ଗୁହାରି କଲେ ମଧ୍ୟ କିଛି ଫଳପ୍ରଦ ହେଉନାହିଁ । ପ୍ରଶାସନ ତାଙ୍କ ପ୍ରତି ସଦୟ ହୋଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟି ଯୋଗାଇ ଦେବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.