oom

ପଶ୍ଚିମାଝଡରେ ରିକଡୁଲଠାରେ ଥିବା ପ୍ରତିମା ଏଗ୍ରୋର ଶହଶହ ବସ୍ତା କପା ମଞ୍ଜି ନଷ୍ଟ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କିଛି ଦିନ ହେବ ସାରା ରାଜ୍ୟରେ ପଶ୍ଚିମାଝଡ ଦେଖିବାକୁ ମିଳିଛି । ପାଣିପାଗ ବିଭାଗର ପୂର୍ବାନୁମାନ ସଂପୂର୍ଣ୍ଣ ଭାବେ ସତ ହୋଇଛି । ଚଳିତ ମାସର ୨୦ ତାରିଖରୁ ଆରମ୍ଭ ହୋଇଥିବା ପଶ୍ଚିମାଝଡର କୋପ ବାରମ୍ବାର ଦେଖିବାକୁ ମିଳୁଛି । କେଉଁ ସ୍ଥାନରେ କୁଆ ପଥର ମାଡରେ ଘର ଛପର କଣା ହୋଇଥିବା ବେଳେ କାହାର ଘର ବାହାରେ ଥିବା କାର ମାନଙ୍କର କାଚ ଭାଙ୍ଗିବା, ଚାଷ କରିଥିବା ପନିପରିବା ନଷ୍ଟ ଭଳି ଘଟଣା ଦେଖିବାକୁ ମିଳିଥିଲା । ଏହି ପଶ୍ଚିମାଝଡରେ ଟିଟିଲାଗଡ ନିକଟସ୍ଥ ରିକଡୁଲ ଗ୍ରାମରେ ଥିବା ପ୍ରତିମା ଏଗ୍ରୋ ଏଣ୍ଡ ପେପର ପ୍ରାଇଭେଟ ଲିମିଟେଡ କମ୍ପାନୀରେ ବିକ୍ରି ପାଇଁ ଗଚ୍ଛିତ ରଖାଯାଇଥିବା ଶହ ଶହ ବସ୍ତା କପା ମଞ୍ଜି ମଧ୍ୟ ନଷ୍ଟ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁଁ ଏବଂ କୁଆ ପଥର ମାଡରେ ବରଫ ଜମି ପାଣି ପଶି ଏହି କ୍ଷତି ହୋଇଥିବା ଅଭିଯୋଗ ହୋଇଛି ।

jittmm
Leave A Reply

Your email address will not be published.