
ମ.ରାମପୁର, (ହେମନ୍ତ ସାହୁ) : ଆଂଚଳିକ ବିକାଶ ଧାରା ଟ୍ରଷ୍ଟ ତରଫରୁ ଆୟୋଜିତ ହୋଇଥିବା ମୋହନଗିରୀ ଧନୁଯାତ୍ରାର ତୃତୀୟ ସନ୍ଧ୍ୟାରେ କଂସଙ୍କ ରାଜୁତି ଚାଲିଥିବା ଦେଖାଯାଇଥିଲା । ଏହି ଦିବସରେ କଂସ ଦରବାରରେ ସ୍ୱତନ୍ତ୍ର ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ସରପଂଚ ସଂଘ ସଭାପତି ସୁବୋଧ ରଣା ଓ ଜିଲ୍ଲା କଂଗ୍ରେସର ସାଧାରଣ ସଂପାଦକ ତଥା ପିସିସି ସଦସ୍ୟ ବିଭୂତି ଭୂଷଣ ମହାଖୁଡ଼ ଉପସ୍ଥିତ ରହିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଓଏସ୍ବିଏସ୍ ଅଧ୍ୟକ୍ଷ ମୋହନଗିରୀ ଦିବାକର ସାହୁ, ମୁଖ୍ୟବକ୍ତା ଧବଳେଶ୍ୱର ମହାବିଦ୍ୟାଳୟ ସଂପାଦକ ଶୁକଦେବ ସାହୁ, ଅଧ୍ୟାପକ ଲକ୍ଷ୍ମୀକାନ୍ତ ବେହେରା, ସମାଜସେବୀ ଅମୀୟ ପ୍ରଧାନ, ଅଧ୍ୟକ୍ଷ ଧବଳେଶ୍ୱର ଡ଼ିଗ୍ରୀ ମହାବିଦ୍ୟାଳୟ ଧୃବ ଚରଣ ଗାନ୍ଧୀ, ଧବଳେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ବିଭୂ ପୟର ପଟ୍ଟନାୟକ, ସଭାପତି ଧବଳେଶ୍ୱର ମନ୍ଦିର ପୂଜା କମିଟି ଶ୍ରୀପତି ଭୋଇ, ସଭାପତି ନବଜ୍ୟୋତି ଯୁବ ସଂଘ ମଦନ ମୋହନ ପ୍ରଧାନ, ସଂପାଦକ ପ୍ୟାକ୍ସ ବିଘ୍ନରାଜ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ମଂଚ ପରିଚାଳନା କରିଥିଲେ ସାମ୍ବାଦିକ ଭୂପିନ୍ଦ୍ର ସାହୁ ମଂଚ ପରିଚାଳନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଓଁ ଶ୍ରୀ ପୂଜା କମିଟିର ସଭାପତି ଧର୍ମେନ୍ଦ୍ର ପ୍ରଧାନ, ସଂପାଦକ ଶଙ୍କର ଦଣ୍ଡିଆ, ବରିଷ୍ଠ ସଦସ୍ୟ ସୂର୍ଯ୍ୟ ନାରାୟଣ ସାହୁ, ଭୋଜରାଜ ଭୋଇ, ରବିନ୍ଦ୍ର ପରିଚ୍ଛା, ଚିତ୍ତରଂଜନ ସା, ସୁଶାନ୍ତ ବେହେରା, ମଣ୍ଟୁ ସାହୁ ପ୍ରମୁଖ ସହଯୋଗ କରୁଛନ୍ତି । ଦିନକୁ ଦିନ ଜନଗହଳି ବଢିବାରେ ଲାଗିଥିବା ବେଳେ ମୀନାବଜାର ଓ କଂସ ଦରବାରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ହଜାର ହଜାର
ଲୋକଙ୍କ ସମାଗମ ଦେଖିବାକୁ ମିଳୁଛି ।