ଭିଜିଲାନ୍ସ ଜାଲରେ କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ

ରାୟଗଡ଼ା, (ଅକ୍ଷୟ ପିଡିସିକା) : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କୁ ଧରିଲା ରାୟଗଡା ଭିଜିଲାନ୍ସ । ସେ ରାୟଗଡ଼ା ସହରର ଡିଏଫ୍‌ଓ କଲୋନୀରେ ଥିବା ନିଜ ବାସଭବନରେ ଠିକାଦାର କ୍ଷେତ୍ର ମାଝିଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଧରାପଡିଥିଲେ । ମନରେଗା କାମ ବାବଦରେ ବିଲ କରିଦେବାକୁ କହି କ୍ଷେତ୍ର ମାଝିଙ୍କୁ ଟଙ୍କା ମାଗିଥିଲେ । ଭିଜିଲାନ୍ସ ବିଭାଗ ଗିରଫ କରିବା ସମୟରେ ଦେହ ଅସୁସ୍ଥ ଥିବା ବାହାନା କରିବା ସହ ବେହାସ ହୋଇ ପଡ଼ିଥିବା ପରେ ତାଙ୍କୁ ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିବା ଖବର ମିଳିଛି ।

Leave A Reply

Your email address will not be published.