
ରାଉରକେଲା, (କେପିଏନ୍ଏସ୍) : ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଜାତି ଜନଗଣନା ପାଇଁ ପାର୍ଲାମେଣ୍ଟରେ ଯେଉଁ ଦାବି ରଖିଥିଲେ ତାହା ବର୍ତ୍ତମାନର ସରକାର ମାନିଥିବାରୁ ସାରା ଦେଶରେ କଂଗ୍ରେସ କର୍ମୀ ଓ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସେହି ପରିପେକ୍ଷୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ସାରା ଓଡ଼ିଶାରେ ପ୍ରତ୍ୟେକ ଜିଲ୍ଲା କଂଗ୍ରେସ ବାଣ ଫୁଟାଇ, ମିଠା ବଣ୍ଟନ କରି ଖୁସି ମନାଇଛି । ଏହି ଖୁସି ରାଉଲକେଲା ଜିଲ୍ଲା କଂଗ୍ରେସରେ ବି ଦେଖିବାକୁ ମିଳିଥିଲା । ସଭାପତି ରବି ରାୟଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ରାଉରକେଲାର ସାମିଲ ଛକ ଠାରେ ଏକତ୍ର ହୋଇ ବାଣ ଫୁଟାଇ ପରସ୍ପରକୁ ମିଷ୍ଟାନ୍ନ ଖୁଆଇଥିଲେ । ଏହି କାର୍ଯ୍ୟକ୍ରମରେ ବାଦଲ ଶ୍ରୀଚନ୍ଦନ, ରଶ୍ମି ପାଢ଼ୀ, ଜ୍ଞାନ ଦାସ, ଆଶିଷ ମହାନ୍ତି, ମନୁ ସାମଲ, ରଘୁନାଥ ଦାସ, ବନମାଳୀ ବିଶୋଇ, ଦୁଶା ନାୟକ, ଭୀମ ମହାନ୍ତ, ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖ ଏହି ଖୁସି ପର୍ବରେ ସାମିଲ ହୋଇଥିଲେ ।