oom

କୋଶଳୀ କ୍ଷୁଦ୍ର ଚଳଚିତ୍ର ‘କାନ୍ଦୁଛେ ରାକ୍ଷୀ’ ଉନ୍ମୋଚିତ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମର ତଥା ଅଞ୍ଚଳର ଅନେକ ଛୋଟ ବଡ଼ କଳାକାରକୁ ନେଇ ଆଜି କୋଶଳୀ କ୍ଷୁଦ୍ର ଚଳଚିତ୍ର କାନ୍ଦୁଛେ ରାଖୀ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଘୁନସର ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ ସନ୍ତୋଷ ବେହେରା ଯୋଗ ଦେଇଥିବା ବେଳେ ଲୋଇସିଂହା ବ୍ଳକ ବିଜେଡି ସଭାନେତ୍ରୀ ଜୋଷ୍ଣ।ମୟୀ ନାଗ, ଘୁନସର ସମବାୟ ସମିତି ସଂପାଦକ ମନୋଜ କୁମାର ସାହୁ, ସମାଜସେବୀ ରୁନ୍ଦ୍ରମଣି ସାହୁ, ଗୀତିକାର ହୀରାଧର ଗହୀର, ସାମ୍ବାଦିକ ସୁନୀଲ ଗହୀର ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ ।

ସ୍ୱାଗତ କୁମାର ନାଏକ ସଭାକୁ ପରିଚାଳନା କରିଥିବା ବେଳେ ଉଦୟ ଶଙ୍କର ବାଗ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଅତିଥି ମାନଙ୍କୁ ଓପଢୌକ ଦେଇ ସ୍ୱାଗତ କରାଯାଇଥିବା ବେଳେ ପ୍ରଥମେ ଗାଁର ଇଷ୍ଟ ଦେବୀ ମା’ ଚଣ୍ଡୀଙ୍କୁ ପୂଜାର୍ଚ୍ଚନା କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ତେବେ କରୋନା ମହାମାରୀ ଯୋଗୁଁ ଅନେକ ଲୋକଙ୍କ ଜୀବନ ଜୀବିକା ଠପ ହୋଇ ପଡ଼ିଥିଲା । ଯାହାର ଫଳରେ ଲୋକେ ଦାଦନ ଖଟିବା ପାଇଁ ବାଧ୍ୟ ହୋଇଥିଲେ । ଅନ୍ୟପଟେ କଳାକାର ମଧ୍ୟ ତା’ର ପରିବାର ପୋଷଣ କରିବା ପାଇଁ କାଠକର ହୋଇ ପଡ଼ିଥିବା ବେଳେ ଭାଇ ଭଉଣୀ ମଧ୍ୟରେ କରୋନା କାଳରେ କିଭଳି ଭାବେ ଭାଇଚାର ବାଦ ବିବାଦ ସୃଷ୍ଟି ହୋଇଥିଲା ତାହାକୁ ନେଇ ଏହି ଚଳଚିତ୍ର ନିର୍ମାଣ କରାଯାଇଛି । ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଏହି କ୍ଷୁଦ୍ର ଚଳଚିତ୍ର ଆଜି ଶୁଭାରମ୍ଭ ହୋଇଯାଇଥିବା ବେଳେ ଦର୍ଶକଙ୍କ ମନକୁ ମଧ୍ୟ ଛୁଇଁଛି । ଅଜିତ କୁମାର ସାହୁଙ୍କ ପ୍ରଯୋଜନାରେ ଏହି ଫିଲ୍ମ ଆରମ୍ଭ ହୋଇଥିବା ବେଳେ କାହାଣୀ ଓ ନିର୍ଦ୍ଦେଶକ ଭାବରେ ବୁଲୁ ବଗର୍ତ୍ତି । ମୁଖ୍ୟ ଭୂମିକାରେ ସ୍ୱାଗତ କୁମାର ନାଏକ, ପଲ୍ଲବୀ ପ୍ରିୟଦର୍ଶନୀ ନାଗ, ସୁମନ ବେହେରା, ଉଦୟ ଶଙ୍କର ବାଗ, ବିଷ୍ଣୁ ଭୋଇ, ବସୁଦେବ ଭୋଇ, ସୁବିନ୍ଦ୍ର ନାଏକ, ରୋହିତ ଭୋଇ, ହିମାଂଶୁ, ମାନସୀ, ସାନ ରଣା, ଅଜିତ ପ୍ରମୁଖ ଅଭିନୟ କରିଛନ୍ତି । କ୍ୟାମେରା ମ୍ୟାନ ଭାବରେ ରାମ ନାରାୟଣ ବାଗ, ପୃଥିରାଜ ବକୁଳ, ଜଗତ ଦାସ ଦାୟିତ୍ୱ ନିର୍ବାହ କରିଛନ୍ତି । ଉମା ରାଣୀ ତାଣ୍ଡି, ଦିନବନ୍ଧୁ ପସାୟତ, ପ୍ରକାଶ ସାହୁ, ଅରୁଣ ତାଣ୍ଡି ପ୍ରମୁଖ ସହଯୋଗ କରିଥିବା ବେଳେ ଏଥିରେ କଣ୍ଠଦାନ ଶୁଭ ଲଷ୍ମୀ ସାହୁ, ଗୀତ ରଚନା ଅଜିତ ସାହୁ ଏବଂ ମ୍ୟୁଜିକ ରାଜେଶ ବେହେରା ଦେଇଥିବା ବେଳେ ଭିଡ଼ିଓକୁ ସାଜସଜ୍ଜା କରିଛନ୍ତି ଦଲ ଗୋବିନ୍ଦ ଭୋଇ । ଏହି ଚଳଚିତ୍ର ଅଜିତ କୁମାର ସାହୁ ଅଫିସିଆଲ ୟୁଟ୍ୟୁବ ଚେନାଲରେ ଉପଲବ୍ଧ ହୋଇଥିବା ପ୍ରଯୋଜକ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.