jayashree

ନକଲି ଅନୁସୂଚୀତ ଜାତିର ପ୍ରାର୍ଥୀଙ୍କୁ ଅନୁସୂଚୀତ ଜାତି ସଂରକ୍ଷିତ ଆସନରେ ଟିକେଟ୍‌ ଦିଆଯାଉଥିବା ଅଭିଯୋଗ ଆଣିଲା ଓଡ଼ିଶା ରାଜ୍ୟ କେଉଁଟ, କୈବର୍ତ୍ତ ଓ ଧିବର ହଟାଓ କ୍ରିୟାନୁଷ୍ଠାନ କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ନକଲି ଅନୁସୂଚୀତ ଜାତିର ପ୍ରାର୍ଥୀଙ୍କୁ ବିଜେଡ଼ି ପକ୍ଷରୁ ସଂରକ୍ଷିତ ଆସନରେ ଟିକେଟ୍‌ ଦିଆଯାଇଥିବା ଅଭିଯୋଗ କରି ଆଜି ବଲାଙ୍ଗିର ସାମ୍ବାଦିକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ରାଜ୍ୟ କେଉଁଟ, କୈବର୍ତ୍ତ ଓ ଧିବର ହଟାଓ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି । ଏହି କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ଡିଙ୍ଗର କୁମ୍ଭାର କହିଛନ୍ତି ଯେ, ଅନୁସୂଚୀତ ଜାତି ପାଇଁ ସଂରକ୍ଷିତ ଆସନରେ ଅସଲି ଅନୁସୂଚୀତ ଜାତିର ପ୍ରାର୍ଥୀ ଦିଆ ନଯାଇ ନକଲି ଅନୁସୂଚୀତ ଜାତିର ପ୍ରାର୍ଥମାନଙ୍କୁ ପ୍ରାର୍ଥୀ କରାଯାଉଛି । ନିକଟରେ ବିଜେଡ଼ି ପକ୍ଷରୁ ଲୋଇସିଂହା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିବା ବେଳେ ସଂପୃକ୍ତ ପ୍ରାର୍ଥୀ ଜଣକ ଅସଲି ଅନୁସୂଚୀତ ଜାତିର ନୁହେଁ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ତେବେ ଚଳିତ ନିର୍ବାଚନରେ ଅନୁସୂଚୀତ ଜାତି ପାଇଁ ସଂରକ୍ଷିତ ଆସନରେ ଯେଉଁ ଦଳ ବି ନକଲି ଅନୁସୂଚୀତ ଜାତିର ପ୍ରାର୍ଥୀ ଦେବେ, ଆମେ ସିଧାସଳଖ ସେହି ପ୍ରାର୍ଥୀଙ୍କୁ ବିରୋଧ କରିବୁ ବୋଲି ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ରାଜ୍ୟ କେଉଁଟ, କୈବର୍ତ୍ତ ଓ ଧିବର ହଟାଓ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.