oom

ଜୁନିଅର ରେଡକ୍ରସ ପକ୍ଷରୁ କମ୍ୱଳ ବଣ୍ଟନ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ ଆନୁକୂଲ୍ୟରେ ଶୀତରୁ ଜନ ଜୀବନକୁ ରକ୍ଷା ଦେବା ଉଦ୍ଦେଶ୍ୟରେ ଗରୀବ, ଅସହାୟ ତଥା ଅର୍ଥନୈତିକ ଅନଗ୍ରସର ପରିବାରକୁ କମ୍ୱଳ ବଣ୍ଟନ କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ତଥା ଉପସ୍ଥିତିରେ ଜୁନିଅର ରେଡକ୍ରସ ସ୍ୱେଚ୍ଛାସେବୀମାନେ ସୁବର୍ଣ୍ଣପୁର ଉପକଣ୍ଠର ନାରାୟଣ ସେବା ସଦନ ଏବଂ ସାନଝିଙ୍କିରେ ଥିବା ବୃଦ୍ଧାଶ୍ରମରେ ବସବାସ କରୁଥିବା ଅନ୍ତେବାସୀମାନଙ୍କୁ ନିଜେ ନଜର ସ୍ଵାସ୍ଥ୍ୟର ଯତ୍ନ ନେବାକୁ ପରାମର୍ଶ ଦେବା ସହିତ ସଠିକ ଭାବରେ ହାତ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା, ଭିଡକୁ ଗଲେ ମାସ୍କ ପରିଧାନ କରିବାକୁ ଉତ୍ସାହିତ କରିଛନ୍ତି । ଉଭୟ ସ୍ଥାନର ଅନ୍ତେବାସୀମାନଙ୍କୁ ଶୀତ ପ୍ରକୋପରୁ ନିଜକୁ ସୁରକ୍ଷା କରିବା ନିମନ୍ତେ କମ୍ୱଳ ବଣ୍ଟନ କରାଯାଇଛି । କାର୍ଯ୍ୟକ୍ରମକୁ ଜୁନିଅର ରେଡକ୍ରସ ଭାଇସ୍ ଚେୟାରମ୍ୟାନ ଗତିକୃଷ୍ଣ ମିଶ୍ର ସଂଯୋଜନା କରିଥିବା ବେଳେ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ପରିଚାଳନା କରିଥିଲେ । ଜିଲ୍ଲା ରେଡକ୍ରସ ଶାଖାର ଉପସଭାପତି ସତ୍ୟ ନାରାୟଣ ହୋତା, ଯୁବ ରେଡକ୍ରସ ସଂଯୋଜକ ଉମାକାନ୍ତ ନାଗ, ଜିଲ୍ଲା ଜୁନିଅର ରେଡକ୍ରସର ସାଧନ କର୍ମୀ ଚନ୍ଦ୍ର ମଣି ବାଗ, ଆଶିଷ କୁମାର, ଅନୁପ୍ରିୟା ମିଶ୍ର, ଗୋପେଶ ପଣ୍ଡା, ବୈକୁଣ୍ଠ ନାୟକ, ଚନ୍ଦ୍ର ଶେଖର ମହାପାତ୍ର, ପ୍ରହଲ୍ଲାଦ ନାୟକ, ସନ୍ତୋଷିନୀ ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି କ୍ରମରେ ବିନିକା ବ୍ଲକ ଅନ୍ତର୍ଗତ ମହଦା ହାଇସ୍କୁଲରେ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀଙ୍କ ସ୍ୱହସ୍ତରେ ଗରୀବ ତଥା ଅସହାୟ ମହିଳାମାନଙ୍କୁ ମଧ୍ୟ କମ୍ୱଳ ଦିଆଯାଇଥିଲା । ପ୍ରକାଶ ଥାଉ କି, ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ ଜିଲ୍ଲାରେ କାର୍ଯ୍ୟରତ ହେଉଥିବା ସମସ୍ତ ସ୍କୁଲସ୍ତରୀୟ ଜୁନିଅର ରେଡକ୍ରସ ଦ୍ୱାରା ନିଜ ନିଜ ଅଞ୍ଚଳରେ ଗରୀବମାନଙ୍କୁ କମ୍ୱଳ ବଣ୍ଟା ଯିବାର ଯୋଜନା କରାଯାଇଥିବା ସୂଚନା ରହିଛି ।

jittmm
Leave A Reply

Your email address will not be published.