centurian jitm

କୋରେନାରେ ବାପା ମା’ ହରାଇଥିବା ତିନି ବେସାହାରା ଭାଇଭଉଣୀଙ୍କୁ ସହାୟତାର ହାତ ବଢ଼ାଇଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ

nschool

ପାଟଣାଗଡ଼, (ଗୋରେଖନାଥ ବରିହା) : କିଏ ଜାଣିଥିଲା ଏମିତି ଝଡ଼ ଆସି ଗୋଟିଏ ପରିବାରକୁ ଦୁଃଖ ଆଜାଡ଼ି ଦେବ । ବାପା, ମା’ଙ୍କୁ କୋରେନା ନେଇଗଲା ଆରପାରିକି । ଏମିତି ହୃଦୟ ବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଲକ ସୁଲେକେଲା ଗ୍ରାମର ଭାଗବତପଡ଼ାରେ ଘଟିଥିବା ଜଣାପଡିଛି । କୋରେନା ମହାମାରୀରେ ବାପା ସଞ୍ଜୟ ରାଉତ(୪୦), ମା’ ରୁଖ ରାଉତ(୩୫) ଆରପାରିକୁ ଚାଲିଯିବା ପରେ ଏବେ ଅସହାୟ, ବେସାହାରା, ଅନାଥ ହୋଇଗଲେ ଝିଅ କୁମାରୀ ରାଜେଶ୍ୱରୀ ରାଉତ(୧୫), କୁମାରୀ ପୂଜା ରାଉତ(୧୨), ପୁଅ ନାରାୟଣ ରାଉତ(୧୦) । ଏମିତି ଦୁଃଖଭରା ସମୟରେ ମୃତକ ପରିବାରକୁ ସମବେଦନା ଓ ସହଯୋଗର ହାତ ବଢ଼େଇଛନ୍ତି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ସଂଘର ସମ୍ପାଦକ ଗିରିରାଜ ଭୋଇ, ମହିଳା ସଭାନେତ୍ରୀ ସେବୀକା ରାଜହନ୍ସ ଉପସ୍ଥିତ ରହି ଆର୍ଥିକ ସହାୟତା ରାଶି, ତିନି ଅନାଥ ଭାଇଭଉଣୀଙ୍କର ପୋଷାକ ପ୍ରଦାନ କରିବା ସହ ସମସ୍ତ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଓ ଯଦି ସରକାର ଏହି ଅନାଥ ଛୁଆମାନଙ୍କ ପାଇଁ କିଛି ବ୍ୟବସ୍ଥା ନକଲେ ତିନି ଗୋଟି ଛୁଆର ଭବିଷ୍ୟତ ଭରଣପୋଷଣ ବହନ କରିବେ ବୋଲି ମଧ୍ୟ କହିଛନ୍ତି । ପରେ ସେହି ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରପୁର ଗାଁର ଅସହାୟ ମହିଳା ପୁତୁନା ବିଶି ଓ ଚମରୁ ନାଏକଙ୍କ ଦ୍ୱାରକୁ ଯାଇ ରାସନ ସାମଗ୍ରୀ ମଧ୍ୟ ଦେଇଥିଲେ ।ଆଜିର ଏହି ମହତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୋଶଲ ରାଜ୍ୟ ସଂମନ୍ଵୟ ସମିତିର ଯୁବ ଜିଲ୍ଲା ସଭାପତି ବନମାଳୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବେସାହାରା ପରିବାରକୁ ସରକାର ପୋଷ୍ୟ ଭାବେ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.