oom

ବଲାଙ୍ଗିର ଟାଉନ ହଲ୍‌ ପାଇଁ ୧ କୋଟି ୫୧ ଲକ୍ଷ, ଶାସ୍ତ୍ରୀନଗର କଲ୍ୟାଣ ମଣ୍ଡପ ପାଇଁ ୨.୫୦, କୋଟି ଓ ବିଷ୍ଣୁମୁଣ୍ଡା କଲ୍ୟାଣ ମଣ୍ଡପ ପାଇଁ ୩ କୋଟିର ଭିତ୍ତିପ୍ରସ୍ତର ଦେଲେ କଳିକେଶ ସିଂହଦେଓ ଓ ଲିକା ସାହୁ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ଖୁବ୍ ଆକର୍ଷଣୀୟ ଲାଗିବ ବଲାଙ୍ଗିର ଟାଉନ ହଲ୍‌ । ଆଜି ପୂର୍ବାହ୍ନରେ ବଲାଙ୍ଗିର ପୌରପରିଷଦ ତରଫରୁ ପୌରାଧ୍ୟକ୍ଷା ଲିକା ସାହୁ ଓ ପୂର୍ବତନ ସାଂସଦ ତଥା ବର୍ତ୍ତମାନର ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓଙ୍କ ଉଦ୍ୟମରେ ଟାଉନ ହଲ୍‌ ରୂପାନ୍ତରୀକରଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଟାଉନ ହଲ୍‌ର ରୂପାନ୍ତରୀକରଣ ପାଇଁ ରାଜ୍ୟ ସରକାର ୧ କୋଟି ୫୧ ଲକ୍ଷ, ୱାର୍ଡ଼ ୨୧ର ଶାସ୍ତ୍ରୀନଗର କଲ୍ୟାଣ ମଣ୍ଡପ ପାଇଁ ୨.୫ କୋଟିରେ ୱାର୍ଡ଼ ୧୭ର ବିଷ୍ଣୁମୁଣ୍ଡା କଲ୍ୟାଣ ମଣ୍ଡପ ପାଇଁ ୩ କୋଟି ଟଙ୍କାର ଅନୁଦାନ ମଂଜୁର କରିଛନ୍ତି । ଏହି ଅନୁଦାନ ପାଇଁ ମ୍ୟୁନିସିପାଲଟି ଚେୟାରମେନ ଶ୍ରୀମତୀ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି. କେ. ପାଣ୍ଡିଆନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଜିର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଓ ମ୍ୟୁନିସିପାଲଟି ଚେୟାରମେନ ଶ୍ରୀମତୀ ସାହୁଙ୍କ ସହ ଭାଇସ୍ ଚେୟାରମେନ ଗାୟତ୍ରୀ ଭୋଇ, କାଉନ୍‌ସିଲର‌ ଶତ୍ରୁଘ୍ନ ବାଗ, ପ୍ରତିମା ଛତ୍ରିଆ, ଶମ୍ଭୁ ନାଗ, ନନ୍ଦିନୀ ପୋଢ଼, ସନ୍ତୋଷିନୀ କୁଅଁର ତଥା ବହୁ ବିଜେଡି ନେତା, କର୍ମୀ ତଥା ୱାର୍ଡ଼ର ବହୁ ମହିଳା, ଯୁବକମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.