ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଗାଁରେ ୧୨ତମ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅଷ୍ଟ ପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଭୁଜ ସିଂ ବାବୁ, ପୁରନ୍ଦର ସିଂ ନିନା, ସୁବାଷ ମେହେରଙ୍କ ପରିଚାଳନାରେ ଅଷ୍ଟପ୍ରହର ନାମଯଜ୍ଞ ପାଇଁ କର୍ତ୍ତା ଦୁର୍ଗା ପ୍ରସାଦ ସିଂ ଦେଓ, ସ୍ତ୍ରୀ ଅରୁନ୍ଧତୀ ସିଂ ଦେଓ, ଝାରୁ ପଥ୍ରୀମାଳି, ସ୍ତ୍ରୀ ପଦ୍ମାବତୀ ପଥ୍ରୀମଳୀ, ଫକୀରମୋହନ ମେହେର, ସ୍ତ୍ରୀ କିଶୋରୀ ମେହେର, ପ୍ରଭାତ ମଲ୍ଲିକ, ସ୍ତ୍ରୀ ରୀନା ମଲ୍ଲିକ, ବିରଞ୍ଚି ଲାଲ, ସ୍ତ୍ରୀ ଲୀଳାବତୀ ଲାଲ, ରାମେଶ୍ୱର ସେଠ୍, ସ୍ତ୍ରୀ ସୁମତି ସେଠ୍, ଅମୁଲ୍ୟ ମେହେର, ସ୍ତ୍ରୀ ଗୁଳାପୀ ମେହେର, ରାଜକିଶୋର ସେଠ୍, ସ୍ତ୍ରୀ ସୂର୍ଯ୍ୟକାନ୍ତି ସେଠ୍ ପ୍ରମୁଖ ପୂଜାରେ ଅଂଶ ଗ୍ରହଣ କରିଥିବା ବେଳେ ପୂଜକ ଭାବେ ଅସିତ ତ୍ରିପାଠୀ, ସଭାପତି ଉଜ୍ଜଳ ଝାଙ୍କର, ସମ୍ପାଦକ ଝାରୁ ପଥ୍ରୀମଳୀ, କୋଷାଧ୍ୟକ୍ଷ ରାମଚନ୍ଦ୍ର ମେହେର ପୂଜାର୍ଚ୍ଚନାରେ ସହଯୋଗ କରୁଛନ୍ତି ।
Prev Post