ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ନୂଆ ପୋଡମପେଟା(ସିଦ୍ଧାନ୍ତ ନଗର)ରେ ପୋଲାମ୍ମା ଠାକୁରାଣୀଙ୍କ ନୂତନ ପ୍ରାସାଦ, ମହାବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ସାଙ୍ଗକୁ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଛି । ଏହି ଅବସରରେ ଶୁକ୍ରବାର ଦିନ ଭୋର ସମୟରୁ ପୁଣ୍ୟତୋୟା ଋଷିକୂଲ୍ୟା ନଦୀରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଶ୍ରଦ୍ଧାଳୁମାନେ ପବିତ୍ର ଜଳ ପୂର୍ଣ୍ଣକୁମ୍ଭ ମସ୍ତକରେ ଧାରଣ କରି ସେଠାରୁ ବାଦ୍ୟ ବାଜଣା ସହକାରେ ବିରାଟ ଶୋଭାଯାତ୍ରାରେ କଳସ ଯାତ୍ରା ବାହାରିଥିଲା । ଏହି କଳସ ଯାତ୍ରାରେ ମହିଳା, ପୁରୁଷମାନେ ମୁଣ୍ଡରେ ପୂର୍ଣ୍ଣକୁମ୍ଭ ଧରି ପୋଡମପେଟା ଗ୍ରାମ ଯଜ୍ଞ ସ୍ଥଳ ଅଭିମୁଖେ ବାହାରିଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ୧୩ ତାରିଖରେ ସମାପନ ହେବ । ଏହି ଅବସରରେରେ ସନ୍ଧ୍ୟାରେ ଭଜନ ସମାରୋହ ସହିତ ପ୍ରବଚନ ଅଧ୍ୟାତ୍ମିକ କାର୍ଯ୍ୟକ୍ରମ ରହିଛି । ପ୍ରବକ୍ତା ଭାବେ ମାଳିକା ଗବେଷକ ପ୍ରମୋଦ କୁମାର ଯୋଗ ଦେଉଥିବା ଆୟୋଜକଙ୍କ ଠାରୁ ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମକୁ ଆଖପାଖ ଅଞ୍ଚଳର ସମସ୍ତ ଗ୍ରାମବାସୀମାନେ ସହଯୋଗ କରୁଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମ ପାଇଁ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।