ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ୨୩ ତମ ବଲାଙ୍ଗିର ଲୋକ ଉତ୍ସବ ୨୦୨୬ ଗତ ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିଥିବାବେଳେ ଆଜି ୨୩ ତାରିଖ ଜିଲ୍ଲା ସ୍ତରୀୟ ଲୋକ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉପଖଣ୍ଡ ସ୍ତରରୁ ଉତିନ୍ନ ହୋଇ ଆସିଥିବା ବିଭିନ୍ନ ଦଳ ଏଥିରେ ଅଂଶଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରୁ ପାଟଣାଗଡ ଉପଖଣ୍ଡ ଦେଉଳ ଗାଁ ଶ୍ରୀରାମଜୀ କଳାପରିଷଦ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଅଂଚଳର କଳାକାର ମାନଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି । ଏହି ନାଟକରେ ରାବଣ – ପୁରନ୍ଦର ସାହୁ, ମନ୍ଦୋଦରୀ – ବିନୟ ସାହୁ, ସୂର୍ପଣଖା – ଉମାକାନ୍ତ ଯୁଆଡି, ଶୁକ – ଦୁଷ୍ମନ୍ତ ସାହୁ, ସାରଣ – ବସନ୍ତ ସାହୁ ଅଭିନୟ କରିଥିବାବେଳେ ବାଦ୍ୟ- ଧନୁଞ୍ଜୟ ବିଶ୍ଵାଳ, ପାଳିଆ – ସୁରେନ୍ଦ୍ର ପଟେଲ, ଗୋପାଳ ରଥ, ନବୀନ ବନଛୋର, ଚିତ୍ରାଳୟ – ଜୟନ୍ତ ଭୋଇ, ମଣି ବାରିକ, ରାଜୀବ ଦାସ, ଚିତ୍ରସେନ ସାହୁ, ଠଣ ରଥ, କାଲିଆ ପୁଟେଲ, ପିଣ୍ଟୁ ସାହୁ, ସତ୍ୟନାରାୟଣ, ଡିଙ୍ଗର, ସୋମନାଥ ପ୍ରମୁଖ ସହଯୋଗ କରିଥିଲେ ।
Next Post