oom

ଟିଟିଲାଗଡରେ ବିଜେଡିର ଶକ୍ତି ପ୍ରଦର୍ଶନ : ଟୁକୁନିଙ୍କ ରୋଡ୍‌ ସୋ’ରେ ଅଭିନେତା, କଳାକାର

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନ ତାତି ଆହୁରି ବଢ଼ିବାରେ ଲାଗିଛି । ଟିଟିଲାଗଡ଼ ସହରର ତାତିକୁ ଆହୁରି ବଳି ଯାଇଛି ନିର୍ବାଚନ ତାତି । ହଜାର ହଜାର କର୍ମୀ, ଭୋଟରଙ୍କ ଗହଣରେ ଆଜି ଟିଟିଲାଗଡ଼ରେ ବିଜେଡି ତାର ଶକ୍ତି ପ୍ରଦର୍ଶନ କରିଛି । ଗୋଟିଏ ପଟେ ରାଜନେତା ତ ଅନ୍ୟପଟେ ସିନେତାରକା ଏବଂ କଳାକାର ମାନଙ୍କ ରୋଡ୍‌ ସୋ’ରେ ଗୁରୁବାର ସମଗ୍ର ଟିଟିଲାଗଡ଼ ସହର ସବୁଜିମା ପାଲଟିଯାଇଥିଲା । ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ପ୍ରାର୍ଥିନୀ ତଥା ମନ୍ତ୍ରୀ ଟୁକୁନି ସାହୁଙ୍କ ବାସ ଭବନରୁ ବାହାରିଥିଲା ଏକ ବିଶାଳ ବିଜୟ ସଂକଳ୍ପ ସମାବେଶ । ହଜାର ହଜାର ସମର୍ଥକ ଏହି ସଂକଳ୍ପ ସମାବେଶରେ ସାମିଲ ହୋଇ ଟିଟିଲାଗଡ଼ ସହର ପରିକ୍ରମା କରିଥିଲେ, ଯାହାକି ଏକ ପ୍ରକାର ବିଜେଡି ଆଜି ତାର ଶକ୍ତି ପ୍ରଦର୍ଶନ କରିଛି ଏହି ସଂକଳ୍ପ ସମାବେଶରେ ବଲାଙ୍ଗିର ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ଚର୍ଚିତ କଳାକାର ସବ୍ୟସାଚୀ, ଅଚ୍ଚିତା, ଶାଶ୍ୱତ ଯୋଶୀ, ରୁକୁ ସୁନା, ହାସ୍ୟଭିନେତା ଯୋଗେଶ ଜୋଜୋ ପ୍ରମୁଖ ମନ୍ତ୍ରୀ ତଥା ବିଧାୟିକା ପ୍ରାର୍ଥୀ ଟୁକୁନି ସାହୁଙ୍କ ସହ ରୋଡ୍‌ ସୋ’ କରିଥିଲେ । ଟିଟିଲାଗଡ଼ ସହର ପରିକ୍ରମା କରିବା ସହ ବିଜେଡି ନେତା ଅଭିମନ୍ୟୁ ସାହୁଙ୍କ ପ୍ରତିମୂର୍ତ୍ତି, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ଏସସିଡି ସେଣ୍ଟରରେ ଏକ ସଂକଳ୍ପ ସମାବେଶରେ ଯୋଗଦେଇ ସିଧାସଳଖ ବିରୋଧୀ କ୍ୟାମ୍ପକୁ ଟାର୍ଗେଟ୍‌ କରିଥିଲେ ଟୁକୁନି ସାହୁ ସହ ସୁରେନ୍ଦ୍ର ସିଂ ଭୋଇ । କଳାଧନରେ କେବେ ବି ଭୋଟରଙ୍କୁ ପ୍ରଭାବିତ କରି ପାରିବେ ନାହିଁ ବୋଲି ଚେତାବନୀ ଦେବା ସହ ଏଥର ବଲାଙ୍ଗିର ଜିଲ୍ଲାରେ ସାଂସଦ ପ୍ରାର୍ଥୀ ଏବଂ ସମସ୍ତ ବିଧାନସଭାରେ ବିଜେଡି ପ୍ରାର୍ଥୀ ବିଜୟକୁ କେହି ରୋକି ପରିବେନାହିଁ ବୋଲି ଟୁକୁନି ସାହୁ କହିଛନ୍ତି । ତା ସହିତ ବିଜେଡି ୫ ବର୍ଷରେ ଓଡିଶା ସବୁଠୁ ଆଗରେ, ମଧ୍ୟମ ବର୍ଗ ଓ ସରକାରୀ ଚାକିରିଆଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ, ମା’ ମାନଙ୍କ ଏସ୍‌ଏଚ୍‌ଜି ବର୍ଷରେ ହୋଇଯିବ କମ୍ପାନୀ, ଯାହାର କାଳିଆ ଅଛି, ଝିଅ ବାହାଘର ପାଇଁ ୨୫ ହଜାର ଆଉ ପିଲାଙ୍କୁ ଛାତ୍ର ବୃତ୍ତି, ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ମାଗଣା, ତାପରେ ସବ୍ସିଡି, ଘର ତିଆରି ପାଇଁ ୨୦ ଲକ୍ଷ ଋଣ, ମିଶନ ଶକ୍ତି ମା’ମାନଙ୍କୁ ପେନ୍‌ସନ୍‌, ଯୁବକଙ୍କ ପାଇଁ ସ୍ୱତନ୍ତ୍ର ଫୋକସ୍, ୨ଲକ୍ଷ ସରକାରୀ ଚାକିରୀ, ଏସ୍‌ସି, ଏସ୍‌ଟି, ଓବିଶି ଯୁବକ, ଯୁବତୀଙ୍କ କର୍ମସଂସ୍ଥାନ ପାଇଁ ହଜାରେ କୋଟି ଭଳି ଆଗାମୀ ଯୋଜନା ରହିଚି ବୋଲି ଦଳ ପକ୍ଷରୁ ପ୍ରଚାର କରାଯାଉଛି ।

jittmm
Leave A Reply

Your email address will not be published.