ମ.ରାମପୁର, (ହେମନ୍ତ ସାହୁ) : କେନ୍ଦ୍ରୀୟ କମିଟି ଭୁବନେଶ୍ୱରଙ୍କ ଆହ୍ୱାନ କ୍ରମେ ପାଞ୍ଚ ଦଫା ଦାବୀ ନେଇ ମ.ରାମପୁର ଉପକାରାଗାରଠାରେ କର୍ମଚାରୀମାନେ କଳା ବ୍ୟାଚ୍ ପରିଧାନ କରି ପ୍ରତିବାଦ କରିଥିଲେ । ପାଞ୍ଚ ଦଫା ଦାବୀ ଯଥା, କାରାରକ୍ଷୀଙ୍କ ଗ୍ରେଡ୍ ପେକୁ ୧୯୦୦ରୁ ୨୦୦୦ ଓ ମୁଖ୍ୟ କାରାରକ୍ଷୀଙ୍କ ଗ୍ରେଡ ପେ କୁ ୨୦୦୦ରୁ ୨୪୦୦କୁ ବୃଦ୍ଧି, କାରାରକ୍ଷୀରୁ ମୁଖ୍ୟ କାରାରକ୍ଷୀ ପଦବୀ ପାଇଁ ପୁରୁଣା ପଦୋନ୍ନତି ନିୟମ (ବରିଷ୍ଠତା ଭିତ୍ତିକ) ଲାଗୁ, ଉପଖଣ୍ଡ ସ୍ତରକୁ ବଦଳି ନ ହେବା ନିୟମ ବନ୍ଦ୍, ଖାଦ୍ୟ ଭତ୍ତା ୪୦୦ରୁ ୧୪୦୦କୁ ବୃଦ୍ଧି, ନୂତନ ବେତନ କମିଶନ ୨୦୧୭ ଅନୁଯାୟୀ ୧୩ ମାସିଆ ଦରମା ପ୍ରଦାନ ଦାବି ରହିଥିବା ବେଳେ ମୁଖ୍ୟ କାରାରକ୍ଷୀ ରାମଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କଳାବ୍ୟାଚ ପରିଧାନ କାର୍ଯ୍ୟକ୍ରମରେ କାରାରକ୍ଷୀ ସୁଶାନ୍ତ କୁମାର ପାତ୍ର, କାରାରକ୍ଷୀ ତଥା ସଭାପତି ଉପକମିଟି କ୍ଷମାନିଧି ମାଝୀ, କାରାରକ୍ଷୀ ତଥା ସମ୍ପାଦକ ଉପକମିଟି ଭୁବନାନନ୍ଦ ହନ୍ତାଳ, କାରାରକ୍ଷୀ ଅର୍ଜୁନ ସାହୁ, ମେଘାନନ୍ଦ କୌଶଲ୍ୟା, ଅତୁଲ ଚନ୍ଦ୍ର ସାହୁ, ଆଶିଷ କୁମାର ଖର, ରୀତା ମାନ୍ଧିଆ, ରୁପାମୟୀ ଠାକୁର ପ୍ରମୁଖ ସାମିଲ ଥିଲେ । ଏଥିସହ ଆଗାମୀ ସେପ୍ଟେମ୍ବର ୨୪ ଯାଏଁ ଦାବୀ ପୁରଣ ନହେଲେ ୨୫ ତାରିଖରୁ ଆମରଣ ଅନଶନର ଚେତାବନୀ ଦେଇଛନ୍ତି ।