ଡିଏଭି ସ୍କୁଲରେ ବିଜ୍ଞାନ ଓ କଳା ପ୍ରଦର୍ଶନୀ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସେକ୍ଟର ୧୬ ସ୍ଥିତ ଡ଼ିଏଭି ସ୍କୁଲ ରେ ଆୟୋଜିତ ଚିତ୍ରକଳା କ୍ରାପ୍ଟ, ସମାଜ ବିଜ୍ଞାନ, ବିଜ୍ଞାନ, ସାହିତ୍ୟ ଓ ଗଣିତ ପ୍ରଦର୍ଶନୀକୁ ବିଶିଷ୍ଟ ଚିତ୍ରାଶିଳ୍ପୀ ତଥା ସାନ୍ତାଳୀ ଭାଷା ସାହିତ୍ୟ ଗବେଷକ ରମେଶଚନ୍ଦ୍ର ପାତ୍ର ଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ପରେ ସମସ୍ତେ ସମବେତ କଣ୍ଠରେ ବେଦମନ୍ତ୍ର ଓ ପ୍ରାର୍ଥନା କରିଥିଲେ । ମୂଲ୍ୟାଙ୍କନ ପାଇଁ ଶ୍ରୀ ପାତ୍ରଙ୍କୁ ଚିତ୍ରକଳା ଓ କ୍ରାପ୍ଟ ବିଭାଗକୁ ଶିକ୍ଷୟିତ୍ରୀ ବନିତା ପୁରୋହିତ ଓ ମଧୁମିତା ବେହେରା ସହଯୋଗ କରିଥିଲେ । ବିଜ୍ଞାନ ବିଭାଗ ଓ ଗଣିତ ବିଭାଗକୁ ଅତିଥି ବିଚାରକ ମୀନା ନାଏକ ଓ ପାୟଲ ସାହୁ ମୂଲ୍ୟାଙ୍କନ କରିଥିଲେ ଏବଂ ଅନୀତା ଦାସ, ସୁସ୍ମିତା ଜେନା, ସସ୍ମିତା ଦାସ, ସ୍ମିତା ପରିଡା ଓ ମାନସ ରଞ୍ଜନ ସାହୁ ସହଯୋଗ କରିଥିଲେ । ଅନ୍ୟାନ୍ୟ ବିଭାଗକୁ ରଞ୍ଜନ ସାହୁ, ଭବାନୀ ପ୍ରଧାନ, ସୁନିତା ଗିରି ଓ ସରୋଜା ବାରା ମୂଲ୍ୟାଙ୍କନ କରିଥିଲେ। । ସୁନିତା ପ୍ରଧାନ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ସ୍କୁଲର ଅଧ୍ୟକ୍ଷ ରାଜେଶ ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହାର ସଫଳ ରୂପାୟନ ହୋଇଥିଲା ।

Leave A Reply

Your email address will not be published.