ରୋଟ୍ରାକ୍ଟ କ୍ଲବ୍ ସମୂହର ମିଳିତ ଆନୁକୂଲ୍ୟରେ ଆର୍‌. ଜି. ଏଚ୍‌ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟ୍ରାକ୍ଟ କ୍ଲବ୍ ସମୂହର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆର୍‌ଜିଏଚ୍‌ର ବଟାନିକାଲ୍ ଗାର୍ଡେନ୍ ଠାରେ ଆୟୋଜିତ ହୋଇଯାଇଛି । ଆର୍‌ଜିଏଚ୍‌ର ସୁପରିଟେଣ୍ଡେଣ୍ଟ ଡାକ୍ତର ଗଣେଶ ପ୍ରସାଦ ଦାସ, ଡେପୁଟି ସିଏମ୍‌ଓ ଡାକ୍ତର ପଣ୍ଡିତ ସାହୁ, ଡାକ୍ତର ସୁଧାରାନୀ ପ୍ରଧାନ, ଡାକ୍ତର ରଜତ ସାଦୱାଲ ଏବଂ ଡାକ୍ତର ଗୋପାଳ ଚନ୍ଦ୍ର ରୟ, ଗାନ୍ଧୀ ମହାବିଦ୍ୟାଳୟ ରୋଟ୍ରାକ୍ଟର ଆର୍‌. ଶେଖର ଦାସ, ରୋହିତ ପ୍ରଜାପତି, ଅମିତ ଏକ୍କା, ବଦ୍ରିନାରାୟଣ ସାହୁ, ସିମିଆନ୍ ନାଗ ଏବଂ ନେହା କୁଜୁର, ରୋଟ୍ରାକ୍ଟ କ୍ଲବ୍ ଅଫ୍ ରିମ୍ସର ଗାଇଡ୍ ଗାୟତ୍ରୀ କପୁର, ସାଇ ଭ୍ୟାଲି ଇଣ୍ଟରନ୍ୟାସନାଲ୍ ସ୍କୁଲର ରୋଟ୍ରାକ୍ଟରମାନେ ଉପସ୍ଥିତ ଥିଲେ । ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ଷ୍ଟିଲ୍‌ ସିଟିର ଉପଦେଷ୍ଟା ଡ. ଅଞ୍ଜନା ମୈତ୍ର, ସେକ୍ରେଟେରୀ ଡ. ସରିତା ମଲ୍ଲ, ରୋଟାରୀୟାନ୍‌ ପ୍ରତିଭା ଦେବୀ, ଟୁନି ଦେବୀ, ରଶ୍ମୀ ନାୟକ, ରଶ୍ମୀ ମିଶ୍ର, କୁମାର ବେହେରା, ଗୌରୀ ନାଗ, ପ୍ରୀତି ଅଗ୍ରୱାଲ, ପ୍ରଶାନ୍ତି ମହାପାତ୍ର, ଅନୀତା ରୟଙ୍କ ସମେତ ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ସଦସ୍ୟଗଣ, ସଭାପତି ରୋଟାରୀୟାନ୍‌ ପ୍ରଶାନ୍ତ ରଂଜନ ପାତ୍ର, ସେକ୍ରେଟେରୀ ବସନ୍ତ ତନ୍ତୀ, ସଞ୍ଜୁକ୍ତା ପତି, ଅର୍ଚ୍ଚନା ଦେବତା, ଅନୀତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାୟ ୪୦ଟି ଔଷଧୀୟ ଓ ଫୁଲ ଚାରା ଉପସ୍ଥିତ ସଦସ୍ୟ ସଦସ୍ୟା ମାନେ ରୋପଣ କରିଥିଲେ । ବିଶେଷ କରି ମନ୍ଦାର, ଗଙ୍ଗଶିଉଳି, ବାହାଡା, ଅଁଳା, ପିଜୁଳି ପ୍ରଭୃତି ବୃକ୍ଷରୋପଣ କରାଯାଇଥିଲା । ବୃକ୍ଷରୋପଣ କାର୍ଯ୍ୟକ୍ରମ ଶେଷରେ, ଡେପୁଟି ସିଏମ୍‌ଓ ଏହି ଉତ୍ତମ କାର୍ଯ୍ୟ ପାଇଁ ରୋଟାରୀୟାନ୍‌ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ପକ୍ଷରୁ ଜଳଯୋଗ କାର୍ଯ୍ୟକ୍ରମ ପ୍ରାୟୋଜିତ ହୋଇଥିଲା । ଏଥିରେ ରିମ୍‌ଝିମ୍‌ ନୟମ, ବିକି ସୱ, ଲିପ୍ସା ସିଂ, ଅଭିଷେକ ସାହୁ, ଆଙ୍ଗେଲ ବାର୍ଲା, ନିକି ପାସୱାନ୍, ମେଘନାଥ ଯାଦବ, ଓମ୍ ରାୟ, ରେନି ଲୁଗୁନ ରନୀୟା ଲାକ୍ରା ଆକାଶ ଜ୍ୟୋୱାର, ଏଲିନ୍‌ ରୋଜ ଓ ଅସ୍ମିତା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.