oom

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ସମସ୍ତ ପ୍ରକାର ଭତ୍ତା ପାଇଁ କାଗଜପତ୍ର ଯାଞ୍ଚ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜ଼ିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ନିର୍ବାଚନ ମଣ୍ଡଳୀର ଗାଇସିଲେଟ ବ୍ଲକର ଗୌରେନମୁଣ୍ଡା ଗ୍ରାମପଞ୍ଚାୟତରେ ଗତକାଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଦ୍ୱାରା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ଓ ଅନ୍ୟାନ ଭତ୍ତା ପାଇଁ ଗାଇସିଲେଟ ବ୍ଲକର ବିଡ଼ିଓଙ୍କ ନିର୍ଦେଶ କ୍ରମେ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଗ୍ରାମପଞ୍ଚାୟତରେ ଗାଇସିଲେଟ ବ୍ଲକର ଜେଇ ବାଦୀ ବାବୁଙ୍କ ସହ ସରପଞ୍ଚ ମାଲବ ସାହୁ, ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀଅଧିକାରୀ ପାଣ୍ଡବ ନନ୍ଦ, ଗ୍ରାମରୋଜଗାର ସେବକ ବିରାଟ ସାହୁ, ଯୋଗଣସହାୟକ ନବୀନ ତରିଆ ଓ ଗ୍ରାମପଞ୍ଚାୟତର ସୁଶାନ୍ତ ଦୀପ, ଦୈତାରୀ ଦୀପ, ପୁରନ ସାହୁ, ରଜନୀ ସାହୁଙ୍କ ସହ ସମସ୍ତ କର୍ମୀ ମାନେ ଯୋଗଦାନ କରି କିପରି ନିଜର ଗ୍ରାମପଞ୍ଚାୟତରେ ସମସ୍ତ ହିତାଧିକାରୀ ସରକାରଙ୍କ ବିଭିନ୍ନ ଯୋଜନା ଅନୁସାରେ ଉପକୃତ ହେବେ ସେଥିପାଇଁ ପ୍ରୟାସ କରୁଛନ୍ତି ବୋଲି ମତ ପ୍ରକାଶ କରଥିଲେ ।

jittmm
Leave A Reply

Your email address will not be published.