ଆଦର୍ଶ ପାଠାଗାରର କାବ୍ୟସଂଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ସ୍ବାଧୀନତା ଦିବସ ଉପଲକ୍ଷେ କାବ୍ୟସଂଧ୍ୟା ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡଃ ସମର ମୁଦାଲି ଓ ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ ତରୁଣକାନ୍ତି ମିଶ୍ର ଯୋଗଦେଇ ଆଲୋଚ୍ୟ ବିଷୟ ‘ ମୁଁ କେତେ ଭାରତୀୟ ‘ ସଂପର୍କରେ ଆଲୋଚନା କରିଥିଲେ । ବୀଣାପାଣି ରଥଙ୍କ ସ୍ୱାଗତ ସଂଗୀତ ଗାନ ପରେ ଉପସଭାପତି ଡଃ ସନାତନ ପ୍ରଧାନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଅନିଲ ମଲ୍ଲିକଙ୍କ ସଂଯୋଜନାରେ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଦ୍ବୟ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଭାରତ ଏକ ପ୍ରାଚୀନ ସଂସ୍କୃତି ସଂପନ୍ନ ରାଷ୍ଟ୍ର ଭାବେ ପରିଚିତ । ଆମକୁ ଆଞ୍ଚଳିକବାଦ ପରିତ୍ୟାଗ କରି ସର୍ବଭାରତୀୟ ସ୍ତରରେ ଏକାତ୍ମତା ଆଣିବାକୁ ପଡିବ । ସ୍ବଭାଷା, ସ୍ବଦେଶ, ସ୍ବଆଧାରିତ ଜୀବନଶୈଳୀ ଅବଲମ୍ବନ କରିବାକୁ ପଡିବ । ଭଲ ନାଗରିକ ହେଲେ ଭଲ ଭାରତୀୟ ହୋଇପାରିବ ବୋଲି ଅତିଥି ଦ୍ୱୟ ମତ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବ୍ରଜେନ୍ଦ୍ର ଦାଶ ଓ ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ଶ୍ରେୟଶୀ ସାହୁ, ଗଙ୍ଗାଧର ପୁହାଣ, ବ୍ରଜବିହାରୀ ଦାଶ, ପ୍ରତାପ କୁମାର ପଣ୍ଡା, ଗଦାଧର ରଥ, ସୁମନ୍ତ ଉପାଧ୍ୟାୟ, ସ୍ନେହଲତା ପଟ୍ଟନାୟକ, ତ୍ରିନାଥ ସିଂହ, ଗୌତମ ଦାସ, ଆର୍ତ୍ତତ୍ରାଣ ମହାପାତ୍ର, ମୀନକେତନ ପଶାୟତ, କୁଞ୍ଜବିହାରୀ ରାଉତ ଓ ସୁସ୍ମିତା ମହାପାତ୍ର ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ । ଶେଷରେ ସଂପାଦକ ଶ୍ରୀ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଭୟ କୁମାର ଦାସ, ଡଃ ସୁମନ ଦତ୍ତ, ସସ୍ମିତା ପ୍ରଧାନ, କଳ୍ପନା ଶତପଥୀ, ପ୍ରଦୀପ ପଟ୍ଟନାୟକ, ଗଙ୍ଗାଧର ଦାଶ, ପଞ୍ଚାନନ ପାତ୍ର, ଡା ବସନ୍ତ କୁମାର ଦାସ, ମନୋଜ କୁମାର ପଣ୍ଡା, ଟି ଏସ ମଧୁସୂଦନ, ଜୟଶ୍ରୀ ଦାସ, ରଘୁନନ୍ଦନ ପାଢୀ, ବିଜୟ ପାତ୍ର, ପ୍ରକାଶ ମହାକୁଡ, ଜ୍ୟୋତିରଂଜନ ମହାପାତ୍ର, ଶ୍ବେତକୁମାର ସାହୁ, ଅର୍ଚ୍ଚନା ମହାନ୍ତି, ଟୁକୁଲା ପାଢୀ, ଦୀନବନ୍ଧୁ ରଥ, ଶର୍ମିଲା ଦତ୍ତ, ପାର୍ଥ ବେହେରା, ଅମରେନ୍ଦ୍ର ପାଢୀ, ଅବନୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପୂର୍ବରୁ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ସଭାପତି ଶ୍ରୀ ଶତପଥୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

jittmm
Leave A Reply

Your email address will not be published.