ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ପରି ନୂତନ ବର୍ଷକୁ ସ୍ୱାଗତ ଜଣାଇବା ପାଇଁ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଏକ ନିଆରା ଢଙ୍ଗରେ ‘ମୋ ପ୍ରିୟ କବି ଓ କବିତା’ କାର୍ଯ୍ୟକ୍ରମ ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ଅରଣ୍ୟା ସାହିତ୍ୟ ସଂସଦର ସଭାପତି ରାଜକିଶୋର ଷଡ଼ଙ୍ଗୀ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସଂଘର ଉପସଭାପତି ଡଃ. ପ୍ରଭାତ କୁମାର ମଲ୍ଲିକ ଖ୍ରୀଷ୍ଟିୟ ନବବର୍ଷ ପାଳନର ପରମ୍ପରା ଇଂରେଜ ମାନଙ୍କ ଦ୍ୱାରା ନୁହଁ ବରଂ ରୋମାନ ମାନଙ୍କ ଦ୍ୱାରା ଆରମ୍ଭ କରାଯାଇଛି ବୋଲି କହିବା ସହ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ଷଡ଼ଙ୍ଗୀ ଆଧୁନିକ ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୁଦ୍ଧିମତାର ବହୁଳ ବ୍ୟବହାର ଦ୍ୱାରା ବର୍ତ୍ତମାନର ଯୁବପିଢି ସାହିତ୍ୟ- ସଂସ୍କୃତି ଠାରୁ ଦୂରେଇ ଯାଉଥିବା ବେଳେ, ସେମାନଙ୍କୁ ଉପଯୁକ୍ତ ମାର୍ଗ ଦର୍ଶନ ପାଇଁ ସାହିତ୍ୟିକ ମାନେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଉତ୍କଳ ଗୀତିକବି ସମାଜର ସଭାପତି ତାରିଣୀ ଚରଣ ସାହୁଙ୍କ ସଭାପତିତ୍ୱରେ ଏବଂ ସ୍ମିତା ମିଶ୍ର ଓ ବିଜୟିନୀ ଜେନାଙ୍କ ସଂଯୋଜନାରେ କବିତା ପାଠ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯୁଗ୍ମ ସମ୍ପାଦକ ଲକ୍ଷ୍ମଣ ନାଥ ଦାସ ଶ୍ରୀମଦ୍ ଭଗବଦ୍ ଗୀତାର ଦ୍ୱାଦଶ ଅଧ୍ୟାୟ ଭକ୍ତି ଯୋଗ ଆବୃତ୍ତି କରିଥିଲେ । ଡାକ୍ତର କୃପାସିନ୍ଧୁ ନାୟକ, କୁଞ୍ଜବିହାରୀ ରାଉତ, ଉପେନ୍ଦ୍ର ବସ୍ତିଆ, ବବିତା ମହାନ୍ତ, ଗୀତାରାଣୀ ବେହେରା, ଆର୍ତ୍ତତ୍ରାଣ ମହାପାତ୍ର, ଅମୃତ ଗଜେନ୍ଦ୍ର ଚାର୍ଡିଆ, ବିଭୂ ନାୟକ, ଗଦାଧର ରଥ, ଜଗନ୍ନାଥ ରାଉତ, ସଂପ୍ରୀତି ସାହୁ, ଶ୍ରେୟସୀ ସାହୁ, ସତ୍ୟବ୍ରତ ଦାସ, ବିକ୍ରମ କୁମାର ନାୟକ, ଅର୍ଚ୍ଚନା ପାତ୍ର, ଶ୍ରୀଧର ସୁନା, ସସ୍ମିତା ପ୍ରଧାନ,ପୁଷ୍ପା ପଟେଲ, ପ୍ରତାପ କୁମାର ପଣ୍ଡା, ଗୌତମ ଦାସ, ସୁନୀଲ କୁମାର ମହାନ୍ତି, ବ୍ରହ୍ମାନନ୍ଦ ପାଢ଼ୀ, ଆଲୋକ ବୋଷ, ତ୍ରିଲୋଚନ ସ୍ୱାଇଁ, ଶୁଚିସ୍ମିତା ପଣ୍ଡା, କରୁଣାକର ପାଟ୍ଟଶାଣୀ, ସତ୍ୟନାରାୟଣ ଦାଶ, ସୁନୀଲ କୁମାର ଦାଶ, ମୀନକେତନ ପଶାୟତ, ପ୍ରଣତି ବେହେରା, ଅଜୟ କୁମାର ମହାନ୍ତି, ତ୍ରିନାଥ ସିଂହ, ନଳିନୀକାନ୍ତ ଧର, ନିକୁଞ୍ଜ ବିହାରୀ ଦାଶ, ରାଜୀବ ପାଣି, ଭୋଳେଶ୍ୱର ବେହେରା ଏବଂ ବିଜୟିନୀ ଜେନା ପ୍ରମୁଖ ନିଜର ପ୍ରିୟ କବିଙ୍କର କାଳଜୟୀ କବିତା ପାଠ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଯୁଗ୍ମ ସମ୍ପାଦକ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସାଧାରଣ ସମ୍ପାଦକ ଘନଶ୍ୟାମ ଧଳ, ସମ୍ପାଦକ ରାଧାମୋହନ ନାୟକ, କୋଷାଧ୍ୟକ୍ଷ ବିପିନ ବିହାରୀ ପଟ୍ଟନାୟକ, ଇନ୍ଦ୍ରମଣି ମହାପାତ୍ର, ପ୍ରସନ୍ନ କୁମାର ମହାନ୍ତି, ଶୁଭ୍ରାଂଶୁ ଶେଖର ମହାପାତ୍ର, ରଂଜନ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିବାବେଳେ ସହରର ଶତାଧିକ ସାହିତ୍ୟ ପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
Prev Post