କୁହୁଡି, କଫି ଓ କବିତା ଶୀର୍ଷକ କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର, ଗୁଡଭେଲା ଆନୁକୂଲ୍ୟରେ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ସଭାପତି ଡ. ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ କୁହୁଡି, କଫି ଓ କବିତା ଶୀର୍ଷକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂତନ ବର୍ଷକୁ ସ୍ୱାଗତ ଜଣାଇ କବି ଓ କବୟିତ୍ରୀ ବୃନ୍ଦ ଶୀତୁଆ ସନ୍ଧ୍ୟାରେ ଅଗ୍ନି ଚତୁଃପାର୍ଶ୍ଵରେ ବସି କବିତା ଆସର ଜମେଇ ଥିଲେ । ସଂପାଦକ ଆଶୁକବି ଡ. ହେମନ୍ତ କୁମାର ଦାଶ ସଭା ସଞ୍ଚାଳନ କରିଥିଲେ । କବୟିତ୍ରୀ ତୃପ୍ତିମୟୀ ତ୍ରିପାଠୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଶେଷରେ ସଂଯୋଜକ ତଥା ସମ୍ବାଦ ପ୍ରତିନିଧି ଅରବିନ୍ଦ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ କବି ସୁଧାକର ପ୍ରଧାନ, ସନ୍ତୋଷ କୁମାର ବେହେରା, ଭକ୍ତବନ୍ଧୁ ସାହୁ, ଦେବାଶିଷ ମହାପାତ୍ର, ସୁବଳ ସାହୁ, ପ୍ରହଲ୍ଲାଦ ଦଣ୍ଡସେନା, ନିଲେଶ କୁମାର ଭୋଇ, ଶୁଭେନ୍ଦୁ ପ୍ରସାଦ ଷାଣ୍ଢ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଦୀପକ କୁମାର ସାହୁ ଓ ସୁବ୍ରତ କୁମାର ଚିନ୍ଦା ସହଯୋଗ କରିଥିଲେ ।

Leave A Reply

Your email address will not be published.