ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରାବଣୀରେ ଶ୍ରାବଣୀ ଶୀର୍ଷକ କବିତା ଆସର କୋଏଲ ନଗର ସ୍ଥିତ ଶ୍ରୀରାମ ଲାଇଫ ଇନ୍ସ୍ୟୁରାନ୍ସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । କମ୍ପାନୀର ଆଡଭାଇଜର ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ଵ ଓ କବି ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାଂର୍ଯ୍ୟକ୍ରମରେ ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ ସଭାପତିତ୍ୱ କରିଥିବା ବେଳେ କବି କୁଞ୍ଜବିହାରୀ ରାଉତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଆବାହକ, ସଭାପତି, ଅତିଥିଙ୍କ ସହ କବି ସସ୍ମିତା ପ୍ରଧାନ, କନକଲତା ମିଶ୍ର, ସାଗର ମହାନ୍ତି, ଜଗନ୍ନାଥ ରାଉତ, ପ୍ରବଣ କୁମାର ମହାନ୍ତି ପ୍ରମୁଖ ବର୍ଷା ସମ୍ପର୍କିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ ଆବାହକ ଶ୍ରୀ ପଣ୍ଡା ଉପସ୍ଥିତ କବି ମାନଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସଭାପତି ଶ୍ରୀ ଦାଶ ଅନୁଷ୍ଠାନ ତରଫରୁ ନିଆଯାଇଥିବା ପ୍ରୟାସକୁ ପ୍ରଶଂସା କରିବା ସହ ଏହା ସୁଦୂର ପ୍ରସାରୀ ହେବ ବୋଲି ମତ ରଖିଥିଲେ । କମ୍ପାନୀର ମୁଖ୍ୟ ପରିଚାଳକ ଲକ୍ଷ୍ମୀକାନ୍ତ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
