ତୁଷୁରା, (କେପିଏନ୍ଏସ୍) : ଏକ ଜାତୀୟ ସ୍ତରର ପଞ୍ଜିକୃତ ସଂସ୍ଥା ଜ୍ଞାନ ପ୍ରକାଶ ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲା ଶାଖାର କବିତା ପାଠୋତ୍ସବ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ତୁଷୁରା ସହର ସ୍ଥିତ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଜ୍ଞାନ ପ୍ରକାଶର ପ୍ରତିଷ୍ଠାତା ଜ୍ଞାନଚାନ୍ଦ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ବାଗ୍ମୀ ତୁଳସୀ ଜୈନ ଯୋଗଦେଇ ଜ୍ଞାନ ପ୍ରକାଶର ମହନୀୟତା ବଖାଣିବା ସଙ୍ଗେ ସଙ୍ଗେ ଏହା ଏକ ସୁଦୂରପ୍ରସାରୀ ଜ୍ଞାନର ଭଣ୍ଡାର ବୋଲି ମତପୋଷଣ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ତଥା କୋଶଲ ପ୍ରବାହର ପ୍ରତିଷ୍ଠାତା ସଂପାଦକ ଆନନ୍ଦ ଚନ୍ଦ୍ର ସାହୁ ଯୋଗଦେଇ କବି ଓ କବିତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥିଭାବେ ବିଶିଷ୍ଟ କବି କିଶୋର ଚନ୍ଦ୍ର ମିଶ୍ର, ଶ୍ୟାମ ସୁନ୍ଦର ପ୍ରଧାନ, ବରୁଣ ସାହୁ ଓ ଗୋପିକୃଷ୍ଣ ପଣ୍ଡିଆ ମଞ୍ଚାସୀନ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଜ୍ଞାନ ପ୍ରକାଶର ବଲାଙ୍ଗିର ଜିଲ୍ଲା ମୁଖ୍ୟ ଆଶୁକବି ହେମନ୍ତ ଦାଶ ସଭା ସଞ୍ଚାଳନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁପ କୁମାର ମେହେର ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ସଭା ଶେଷରେ ଗୋପିକୃଷ୍ଣ ପଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ । କବି ପ୍ରଦୀପ କୁମାର ତ୍ରିପାଠୀ କବିତା ସଂଯୋଜନା କରିଥିଲେ । ଏଥିରେ କବି ଭକ୍ତବନ୍ଧୁ ସାହୁ, ସନ୍ତୋଷ କୁମାର ବେହେରା, ପ୍ରହଲ୍ଲାଦ ଦଣ୍ଡସେନା, ନିତ୍ୟାନନ୍ଦ ଷଡ଼ଙ୍ଗୀ, ରାଜୀବ ପ୍ରସାଦ ଭୋଇ, ଶତୃଘ୍ନ ସେଲମା, ଚୁଟୁ ନାଗ, ମୁରଲୀଧର ସାହୁ, ରୋସନ କୁମାର ସାହୁ, ଅମିତ ଭୁଏ, ସୁବଳ କୁମାର ସାହୁ, ହୃଦାନନ୍ଦ ସୁନା, ଦେବାଶିଷ ମହାପାତ୍ର, ସୁଧାକର ପ୍ରଧାନ, ସନ୍ତୋଷ କୁମାର ନାଏକ, ନରସିଂହ ମେହେର, ଶୁଭେନ୍ଦୁ ପ୍ରସାଦ ଷାଣ୍ଢ, ଅବନୀ ସାହୁ, ଅଭୟ ଚରଣ ତ୍ରିପାଠୀ, ପ୍ରକାଶ ଚନ୍ଦ୍ର ସାହୁ, ଶ୍ରୀପାଳ ପଣ୍ଡା, ରାଜ କିଶୋର ପଣ୍ଡା, ଧବଳେଶ୍ଵର ମେହେର, ଜୟରାମ ସାହୁ ଏବଂ କବୟିତ୍ରୀ ବବିତା ନାୟକ, ତୃପ୍ତିମୟୀ ତ୍ରିପାଠୀ, ହୀରାବତୀ ସାହୁ, ବବିତା ଜଟି, ସ୍ମିତା ଜୈନ, କନକଲତା ପଣ୍ଡା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ମହେଶ ଶର୍ମା ଓ ଅରୁଣ ଭୋଇ ସହଯୋଗ କରିଥିଲେ ।