କୋସଲି ଭାସା ସୁରକ୍ଷା ସମିତି ପକ୍ଷରୁ କବିଙ୍କୁ ଶ୍ରଦ୍ଧାଞ୍ଜଳି

ଟିଟିଲାଗଡ, (ଗୌରବ ଦର୍ଜୀ) : କୋସଲି ଭାସା ସୁରକ୍ଷା ସମିତି ପକ୍ଷରୁ କବି ଚର୍ତୁଭୂଜ ସାଆନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । କୋସଲି ଭାଷା ଓ ଓଡିଆ ଭାଷାର ଜଣେ ମାଟି ମନସ୍କ ସ୍ବାଧୀନଚେତା ଯୁବ ଦିଗ୍ଗଜ କବି, ପ୍ରାବନ୍ଧିକ, ଗବେଷକ, ସାରସ୍ୱତ ସଂଗଠକ, କୋସଲି ଭାଷା ସଂଗ୍ରାମୀ ଚତୁର୍ଭୁଜ ସାଆନ୍ତ ଆଉ ଆମ ଗହଣରେ ନାହାନ୍ତି । ତାଙ୍କର ଅବର୍ତ୍ତମାନ ପଶ୍ଚିମ ଓଡିଶା ପାଇଁ ଏକ ଅପୂରଣୀୟ କ୍ଷତି । ଜଣେ ଅମାୟିକ, ସରଳ ଓ ବିଚକ୍ଷଣ ସମଧର୍ମା ବଂଧୁଙ୍କୁ ହରାଇ ଆମେ ମର୍ମାହତ । ଈଶ୍ବର ତାଙ୍କ ମହତ୍ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଓ ଅପାର ଧୈର୍ୟ୍ୟ ଦେଇ ପରିବାରବର୍ଗଙ୍କୁ ସହାୟ ହୁଅନ୍ତୁ । ସ୍ୱର୍ଗତ ସାଆନ୍ତ ଅନୁଷ୍ଠାନର ସଂଗଠକ ସଂପାଦକ ଥିଲେ । ତାଙ୍କରି ପ୍ରଚେଷ୍ଟାରେ କୋସଲି ଭାଷା କ୍ଷେତ୍ରର ପ୍ରଭୁତ ଉନ୍ନତି ସାଧିତ ହୋଇଛି । ତାଙ୍କର ବିୟୋଗରେ ଅନୁଷ୍ଠାନ ତାଙ୍କ ଆତ୍ମାର ସଦଗତି କାମନା ସହ ଅଶୃଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି କୋସଲି ଭାସା ସୁରକ୍ଷା ସମିତି ଟିଟିଲାଗଡ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.