
ରାଉରକେଲା, (ସସ୍ମିତା ପ୍ରଧାନ) : କଳିଙ୍ଗ ସ୍ପୋର୍ଟସ ଫେଡେରେସନ, ରାଉରକେଲା ଗ୍ରୀଷ୍ମକାଳୀନ ଫୁଟବଲ ଓ କବାଡି ପ୍ରଶିକ୍ଷଣ ଶିବିର ଉଭୟ ପୁଅ ଓ ଝିଅଙ୍କ ପାଇଁ ଆରମ୍ଭ କରିବାକୁ ଯାଉଛି । ଏହି ଶିବିର ଏପ୍ରିଲ ମାସ ୨୮ ତାରିଖରେ ଉଦିତ ନଗର ସ୍ଥିତ ମିନି ଷ୍ଟାଡିୟମଠାରେ ଭୋର ୫ଟା ୪୫ ମିନିଟରେ ଆରମ୍ଭ ହୋଇ ସକାଳ ୭ ଟା ୪୫ ପର୍ଯ୍ୟନ୍ତ ଚାଲିବ । ଫୁଟବଲରେ ଉଭୟ ପୁଅ ଓ ଝିଅ ୮ ବର୍ଷରୁ ୧୬ ବର୍ଷ ଓ କବାଡି ପାଇଁ ୮ ବର୍ଷରୁ ୨୨ବର୍ଷ ପର୍ଯ୍ୟନ୍ତ ବୟସ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ଇଛୁକ ଖେଳାଳୀ ମାନେ ଉଦିତ ନଗର ମିନି ଷ୍ଟାଡିୟମ ଠାରେ ଅପରାହ୍ନ ୪ଟା ୩୦ ମିନିଟରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଫର୍ମ ପୂରଣ କରିପାରିବେ ବୋଲି ସୂଚନା ଦିଆଯାଇଛି । ଏଥିପାଇଁ ଅଧିକ ଜାଣିବା ପାଇଁ ମୋବାଇଲ ନମ୍ବର ୬୩୭୧୩୧୫୫୦୯ କିମ୍ବା ୭୦୦୮୩୫୩୨୮୯ ନମ୍ବରରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି ।