centurian jitm

ଗଛରେ ଝୁଲୁଛି ପ୍ରେମୀ ଯୁଗଳଙ୍କ ମୃତଦେହ

nschool

ଖୋର୍ଦ୍ଧା : ଗୋଟିଏ ଡାଳରେ ଓଢଣୀରେ ଉଭୟ ପଟକୁ ଝୁଲି ରହିଛି ଯୁବକ ଯୁବତୀଙ୍କ ମୃତଦେହ । ରାସ୍ତା କଡରେ ରହିଛି ସ୍କୁଟି । ଉଭୟ ଯୁବକ ଯୁବତୀ ସୁନାଖଳା ଅଞ୍ଚଳର ବୋଲି ଜଣାପଡ଼ିଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଜଙ୍କିଆ ଥାନା ଅନ୍ତର୍ଗତ ଗୌଡପାଟଣା ଗ୍ରାମରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, ଯୁବକ ଜଣକ ଅଜୁ ଏବଂ ସେ ସୁନାଖଳା ବଜାରରେ ଏକ ଗ୍ୟାରେଜ କରିଥିଲେ । ଯୁବତୀ ଜଣକ ଶାନ୍ତି ଏବଂ ସେ ମଧ୍ୟ ସୁନାଖଳା ବଜାରରେ ଏକ ବିୟୁଟି ପାର୍ଲର କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାବେଳେ ଗୁରୁବାର ଏଭଳି ଘଟଣା ଘଟିଛି । ଉଭୟଙ୍କ ମୃତଦେହ ଏକ ଗଛରେ ଝୁଲୁଥିବା ଦେଖିଥିଲେ ସ୍ଥାନୀୟଲୋକେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଜଙ୍କିଆ ପୋଲିସ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ । ତେବେ କେଉଁ କାରଣରୁ ଉଭୟ ଆତ୍ମହତ୍ୟା କରିଛନ୍ତି ନା ଉଭୟଙ୍କ ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ରହିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.