“ଓପନ-କ୍ଲୋଜ”ର ପଶାପାଲିରେ ଯୁବପିଢ଼ି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଅଞ୍ଚଳରେ ବେଆଇନ ସଟ୍ଟା କାରବାର ଜୋରସୋରରେ ଚାଲିଛି । ଲୋଇସିଂହା କଲେଜ ଛକ ସମେତ ଚାରିଛକ, କରକଚିଆ ଛକ, ରୁଗୁଡ଼ିଖାଲ, ବୁର୍ଡାଛକ, ଦୁମଦୁମି ସାପ୍ତାହିକ ବଜାର, ହୀରାପୁର ଛକ, ଫାସଡ ତଥା ସ୍ଥାନୀୟ କେତେକ ଚା ଓ ପାନ ଦୋକାନରେ ବେଧଡକ ଭାବେ ଚାଲିଛି ଓପନ-କ୍ଲୋଜର ଖେଳ । ଆଉ ସ୍ଥାନୀୟ ଯୁବପିଢ଼ି ଏହାର ଶିକାର ହୋଇ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେବା ସହିତ ମାନସିକ ଅବସାଦ ସ୍ୱରୂପ ନିଶା କବଳରେ ପଡ଼ୁଥିବା ଦେଖିବାକୁ ମିଳିଛି । ସଟ୍ଟା ଭଳି ଏକ ବେଆଇନ ଜୁଆଖେଳ ଉପରେ ପୋଲିସ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ପରୋକ୍ଷରେ ଏହି ଖେଳ ଅଞ୍ଚଳରେ ଆଇନ ସମ୍ମତ ହୋଇଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କମ୍ ସମୟରେ ଅଧିକ ରୋଜଗାର ଆଶାରେ ଯୁବପିଢି ସଟ୍ଟା ଖେଳି ସର୍ବସ୍ୱାନ୍ତ ହେଉଛନ୍ତି । ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଏଥିପ୍ରତି ଦୃଷ୍ଟି ଦେଇ ଅଞ୍ଚଳରେ ସଟ୍ଟା ଖେଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ବୁଦ୍ଧିଜୀବୀ ମହଲରେ ଦୃଢ଼ ଦାବି ହେଉଛି ।

Leave A Reply

Your email address will not be published.