ଜାଲ ନିଯୁକ୍ତି ପତ୍ର ଦେଇ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଯୁବକ ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ପୋଲିସ ଗିରଫ କରିଛି ବଡ ଠକକୁ , ଠକ ଠକିଛି ଅନେକ ଶିକ୍ଷିତ ଯୁବକ ଯୁବତୀଙ୍କୁ । କେନ୍ଦ୍ରସରକାରଙ୍କ ରେଳ ବିଭାଗ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହ ରାଷ୍ଟ୍ରାୟତ କମ୍ପାନୀ ସହ ଅନେକ ବେସରକାରୀ କମ୍ପାନୀରେ ଚାକିରି କରିଦେବା ନା ରେ ଠକିଛି ୩୯ ଲକ୍ଷ ୨୦ହଜାର ଟଙ୍କା । ଠକ ସନ୍ତୋଷ କୁମାର, ଘର କୋରାପୁଟ ଜୟପୁର ଅଞ୍ଚଳର । ସେ ପୂର୍ବରୁ କୋରାପୁଟ, ଗଞ୍ଜାମ, ମାଲକାନଗିରି ଜିଲ୍ଲାରେ ଅନେକ ଯୁବକ ଯୁବତୀଙ୍କୁ ଚାକିରି ଦେବା ନାଁରେ ଠକି ଫେରାର ହୋଇ ପ୍ରାୟ ଗୋଟିଏ ବର୍ଷ ହେଲା ରହୁଥିଲା ରାଉରକେଲାରେ । ରାଉରକେଲାରେ ରହିବା ଭିତରେ ଚାକିରି କରାଇଦେବା ନାଁରେ ଠକିଛି । ୧୦ରୁ ଅଧିକ ଶିକ୍ଷିତ ଯୁବକ ଯୁବତୀଙ୍କ ଠାରୁ ୩୯ ଲକ୍ଷ ୨୦ ହଜାର, ଶିକ୍ଷିତ ଯୁବକ ଯୁବତୀଙ୍କୁ ମଧ୍ୟ ଦେଇଛି ଠକ ସନ୍ତୋଷ ନକଲି ନିଯୁକ୍ତି ପତ୍ର । ଅଭିଯୋଗ ପରେ ଆଜି ଧରା ପଡିଛି ରାଉରକେଲା ଛେଣ୍ଡ ପୋଲିସ ହାତରେ । ପୋଲିସ ଜବତ କରିଛି ରେଳବାଇ ବିଭାଗର ନକଲି ନିଯୁକ୍ତି ପତ୍ର ସହ ଅନେକ କମ୍ପାନୀର ନକଲି ନିଯୁକ୍ତି ପତ୍ର ସହ ଦୁଇ ମୋବାଇଲ । ଠକ ସନ୍ତୋଷ ସାହୁର ଆଉ କେଉଁମାନଙ୍କ ସହ ରହିଛି ସଂପୃକ୍ତି । ତା’ ସହ ପୂର୍ବରୁ ଆଉ କେତେ ଜଣଙ୍କ ଠାରୁ କେତେ ଟଙ୍କା ଠକିଛି ତଦନ୍ତ କରୁଛି ରାଉରକେଲା ପୋଲିସ ।

Leave A Reply

Your email address will not be published.