oum

ଡଙ୍ଗାରେ ସେଲ୍‌ଫି ନେବାବେଳେ ଗଙ୍ଗା ନଦୀରେ ବୁଡ଼ି ଦୁଇ ଯୁବକ ମୃତ

jsm

ରାବେରେଲି : ଉତ୍ତରପ୍ରଦେଶର ରାବେରେଲି ଜିଲ୍ଲାର ଏକ ଡଙ୍ଗାରେ ସେଲ୍‌ଫି କ୍ଲିକ୍ କରିବା ସମୟରେ ଗଙ୍ଗା ନଦୀରେ ବୁଡ଼ିଯିବା ପରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଛି । ତିନିଜଣ ବନ୍ଧୁ ତାହିଦ୍ (୧୭), ଫାହାଦ୍ (୧୯), ଏବଂ ଶାନ୍ (୧୮) ମିଶି କରି ପାୟାଗପୁର ଗଙ୍ଗା ଘାଟକୁ ଯାଇ ସେଲଫି କ୍ଲିକ୍ କରିବାକୁ ଏକ ଡଙ୍ଗାରେ ଚଢ଼ିଥିଲେ । ସର୍କଲ ଅଧିକାରୀ ଅରୁଣ କୁମାର କହିଛନ୍ତି ଯେ, ସେଲ୍‌ଫି କ୍ଲିକ୍ କରିବାବେଳେ ସେମାନେ ଡଙ୍ଗାର ଧାର ଆଡକୁ ଚାଲି ଯାଇଥିଲେ ଏବଂ ଭାରସାମ୍ୟ ହରାଇ ନଦୀର ପ୍ରବଳ ସ୍ରୋତରେ ପଡ଼ି ଯାଇଥିଲେ । ନିଖୋଜ ବାଳକମାନଙ୍କୁ ଖୋଜିବା ପାଇଁ ଲୋକଙ୍କୁ ନିୟୋଜିତ କରାଯାଇଥିଲା ଏବଂ ରବିବାର ଦିନ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.