oom

କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ସମ୍ବାଦ କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟରରେ ଜାତୀୟ ସେବା ଯୋଜନା ଦ୍ୱାରା ଏକ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଓଡିଶାରେ ନିର୍ବାଚିତ ୪୦ଟି ମହାବିଦ୍ୟାଳୟରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର କଲେଟ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ କବି ଅଧ୍ୟାପକ ସନ୍ଦୀପ କୁମାର କୁଅଁର ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ କୁଶଙ୍ଗ ଯୁକ୍ତଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଝସକେତନ ମିଶ୍ର ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ କୁଅଁର ସ୍ୱାଧୀନତାର ଅମୃତ କାଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଷ୍ଟ୍ର ପ୍ରତି ସମର୍ପିତ ଭାବନାର ସୃଷ୍ଟି ପାଇଁ ଆଗାମୀ ଭବିଷ୍ୟତର ଭାରତକୁ ଛାତ୍ରଛାତ୍ରୀମାନେ କେଉଁଠି ଦେଖିବେ ତାହା ବୁଝାଇ ଔପନିବେଶିକ ମାନସିକତାର ତ୍ୟାଗ ସହ ଅତୀତକୁ ସ୍ମରଣ କରି ଦେଶ ଓ ଜାତିର ଏକତା ବଜାୟ ରଖି ଦେଶ ପାଇଁ ଛାତ୍ରମାନଙ୍କ କର୍ତ୍ତବ୍ୟବୋଧର ଜାଗରଣ ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରି ସମସ୍ତଙ୍କୁ ସ୍ୱାଗତ କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ମେହେର । ଅଧ୍ୟାପକ ଡକ୍ଟର ଅଜିତ କୁମାର ଭୋଇ ସମାରୋହକୁ ସଂଯୋଜନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଷ୍ଟ୍ର ଗଠନରେ ଯୁବ ସମାଜର ଭୂମିକା ଶୀର୍ଷକକୁ ନେଇ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବର୍ଷାରାଣୀ ମେହେର-ପ୍ରଥମ, ପଙ୍କଜିନୀ ଗଡ଼ତ୍ୟା-ଦ୍ୱିତୀୟ ଓ ସ୍ୱପ୍ନା ମେହେର ତୃତୀୟ ହୋଇଥିବାରୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.