oom

ହମିରପୁରରେ ଜାତୀୟ ଯୁବ ଦିବସ ପାଳିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ବିବେକାନନ୍ଦ ଯୁବକ ସଂଘ ଓ ହମିରପୁର ଉନ୍ନୟନ ପରିଷଦ ତରଫରୁ ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ ଉପଲକ୍ଷେ ସଇଁତିରିଶତମ ଜାତୀୟ ଯୁବା ଦିବସ କ୍ଲବ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉନ୍ନୟନ ପରିଷଦର ସଭାପତି ଡ଼କ୍ଟର ସୁମନ ଦତ୍ତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ସ୍ୱାମୀଜୀଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜକୁ ଆଗକୁ ନେବାରେ ଆଗଭର ହେବା ପାଇଁ ଆହ୍ୱାନ ଦେଇଥିଲେ । ବିବେକାନନ୍ଦ ଯୁବକ ସଂଘର ସଭାପତି ଗଣେଶ କୁମ୍ଭାର ସାମ୍ପ୍ରତିକ ପରିସ୍ଥିତିରେ ବିବେକାନନ୍ଦ ଯୁବକ ସଂଘର କର୍ମକର୍ତ୍ତାମାନେ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଭିନ୍ନ ସମାଜ ସେବା କରିଥିବାରୁ ତାହାର ପ୍ରଶଂସା କରି ଆଗାମୀ ଦିନରେ ଏହା ଜାରି ରହିବ ବୋଲି ପ୍ରକାଶ କରିଥିଲେ । ଯୁବକ ସଂଘର ସାଧାରଣ ସମ୍ପାଦକ ଅଗସ୍ତି ଦାସ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଶେଷରେ ସମସ୍ତଙ୍କୁ ଚକୋଲେଟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହମିରପୁର ଅଂଚଳର ଅଶୋକ କୁମ୍ଭାର, ପ୍ରୀତମ ପଣ୍ଡିତ, ଜନ ବଡାଇକ, ସୁରେନ୍ଦ୍ର ବଡାଇକ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.